Below header

କରୋନା ସ୍ଥିତିରେ ବିବାହ କରିବାକୁ ଯାଉଥିଲେ, ଏସବୁ ସାବଧାନତା ଅବଲମ୍ବନ କରନ୍ତୁ

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଣୁ ସରକାର ଗୋଟିଏ ସ୍ଥାନରେ ଭିଡ଼ ଏକତ୍ରିତ ହେବା ଉପରେ ରୋକ୍‌ ଲଗାଇଛନ୍ତି। ଏଭଳି ସ୍ଥିତିରେ ଲୋକମାନେ ବିବାହ ସ୍ଥଗିତ ରଖୁଥିବା ଦେଖାଯାଇଛି। ମାତ୍ର କିଛି ଲୋକ ସମସ୍ତ ପ୍ରସ୍ତୁତି କରିସାରିଥିବାରୁ ବାଧ୍ୟ ହୋଇ କଟକଣା ମଧ୍ୟରେ ସୀମିତ ଲୋକଙ୍କୁ ନେଇ ବିବାହ କରୁଛନ୍ତି। ଆପଣ ନିଜେ କିମ୍ବା ଆପଣଙ୍କର କେହି ସମ୍ପର୍କୀୟ ବି ଯଦି ଏବେ କରୋନା ସମୟରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ତେବେ ଏଥିପାଇଁ ସାବଧାନତା ଅବଲମ୍ବନ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ସମେତ ପୂରା ପରିବାର କରୋନା ମୁକ୍ତ ରହିବ। ଆସନ୍ତୁ ଜାଣିବା କରୋନା କାଳରେ କିଭଳି ବିବାହ ବେଳେ ସାବଧାନତା ଅବଲମ୍ବନ କରିବେ…

-କରୋନା ସ୍ଥିତିରେ ଯଦି ସମ୍ଭବ ହେଉଛି ତେବେ ବିବାହ ଘୁଞ୍ଚାଇ ନିଅନ୍ତୁ। କାରଣ ଏହା ଏକ ଏଭଳି ରୋଗ ଯାହା କାହାକୁ କେଉଁ ମୁହୂର୍ତ୍ତରେ ଗ୍ରାସ କରିବ ତାହା କେହି କହିପାରିବେ ନାହିଁ।

-ତଥାପି ଯଦି ସମ୍ଭବ ହେଉନାହିଁ ତେବେ ମାତ୍ର ୫୦ ଜଣ ବରଯାତ୍ରୀଙ୍କୁ ନେଇ ବିବାହ କରନ୍ତୁ।

20 guests, mandatory hand-washing: How this Tripura couple got ...

-ବିବାହ ବେଳେ ସମସ୍ତ ବରଯାତ୍ରୀ ମୁହଁରେ ମାସ୍କ ପିନ୍ଧି ଦୂରତା ଅବଲମ୍ବନ କରି କନ୍ୟା ଘରକୁ ଯାଆନ୍ତୁ। ସାଙ୍ଗରେ ସାନିଟାଇଜର ଓ ସାବୁନ୍‌ ନେବାକୁ ଯେମିତି ନ ଭୁଲନ୍ତି।

-କୌଣସି ଅଜଣା ଜିନିଷକୁ ଛୁଇଁବା ବେଳେ ତୁରନ୍ତ ହାତ ସଫା କରନ୍ତୁ।

-ଅନ୍ୟପଟେ ବ୍ୟାଣ୍ଡପାର୍ଟି ନେବାକୁ ଅନୁମତି ନଥିବାରୁ ଯଦି ଡିଜେ କିମ୍ବା ବାଜାବାଲାଙ୍କୁ ଆଡଭାନ୍ସ ଦେଇଛନ୍ତି ତେବେ ଫେରାଇ ଆଣନ୍ତୁ।

Amid COVID-19 scare, Mysuru couple turns heads with mask-themed ...

-ଅତିଥିମାନଙ୍କୁ ସ୍ଥିତି ସମ୍ପର୍କରେ ନିଶ୍ଚୟ ଅବଗତ କରନ୍ତୁ। ଫଳରେ ସେମାନେ ମନ ଉଣା କରିବେ ନାହିଁ।

-ବିବାହରେ କମ୍‌ ଲୋକଙ୍କୁ ନିମନ୍ତ୍ରଣ କରିବା ଆଦୌ ସହଜ କଥା ନୁହେଁ। ବନ୍ଧୁବାନ୍ଧବ ଓ ଅଫିସ କର୍ମଚାରୀଙ୍କୁ ବିବାହକୁ ନିମନ୍ତ୍ରଣ ନ କରି ତାଙ୍କ ପାଇଁ ପରେ ପାର୍ଟିର ଆୟୋଜନ କରନ୍ତୁ। ଏହା ଦ୍ୱାରା କରୋନା ସ୍ଥିତିକୁ ଏଡ଼ାଇ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.