Below header

ଏସସିବି ମେଡିକାଲ ନ୍ୟୁ ମେଡିସିନ ୱାର୍ଡରେ ଅଘଟଣ, ୩ମହଲା ଛାତରୁ ପଡ଼ି ଅପରିଚିତ ବୃଦ୍ଧ ମୃତ

କଟକ(କେନ୍ୟୁଜ୍): ହସପିଟାଲ ଛାତରୁ ପଡ଼ି ରୋଗୀ ମୃତ। କଟକ ଏସସିବି ମେଡିକାଲର ନ୍ୟୁ ମେଡିସିନ ୱାର୍ଡରେ ଘଟିଛି ଏହି ଅଘଟଣ । ୩ମହଲା ଛାତରୁ ପଡ଼ି ଅପରିଚିତ ବୃଦ୍ଧ ଜଣକ ମୃତ୍ୟୁବରଣ କରିଛନ୍ତି। ବୃଦ୍ଧ ଜଣକ ଗତ କିଛି ଦିନ ଧରି ଏଠାରେ ଚିକିତ୍ସିତ ହେଉଥିଲେ। ତେବେ କେଉଁ ପରିସ୍ଥିତିରେ ସେ ଛାତକୁ ଗଲେ ଓ ତଳକୁ ପଡ଼ି ପ୍ରାଣ ହରାଇଲେ ତାହା ଜଣାପଡ଼ିନାହିଁ। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ୱେଚ୍ଛାସେବୀ। ସେପଟେ ଏହି ଘଟଣାରେ ଏସସିବି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.