ଦ୍ୱିତୀୟ ଟେଷ୍ଟ : ଦକ୍ଷିଣ ଆଫ୍ରିକା ୨୭୫ ରନ୍‌ରେ ଅଲ୍‌ଆଉଟ୍‌, ଭାରତ ଠାରୁ ୩୨୬ ରନ୍‌ ପଛରେ

ପୁନେ : ପେସ୍‌ ବୋଲର ଉମେଶ ଯାଦବ ୩ଟି ଏବଂ ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍‌ ୪ଟି ଓ୍ଵିକେଟ୍‌ ନେଲେ । ସେମାନଙ୍କୁ ସାଥ୍‌ ଦେଇ ୨ଟି ସଫଳତା ପାଇଲେ ମହମ୍ମଦ ସାମି । ତଥାପି ଶେଷ ଭାଗ ବ୍ୟାଟ୍‌ସଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଦଳ ନିଜର କିଛିଟା ସମ୍ମାନ ରକ୍ଷା କରି ପାରିଛି । ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଆଜି ତୃତୀୟ ଦିବସରେ ଭାରତର ୬୦୧ ରନ୍‌ ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୨୭୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି । ଫଳରେ ଦଳ ଭାରତର ପ୍ରଥମ ଇନିଂସ୍‌ ଠାରୁ ୩୨୬ ରନ୍‌ ପଛରେ ରହିଛି ।

2ND TEST-2
ଗତକାଲି ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଭ୍ରମଣକାରୀ ଦଳ ମାତ୍ର ୩୬ ରନ୍‌ରେ ୩ଟି ଓ୍ଵିକେଟ୍‌ ହରାଇ ସାରିଥିଲା । ଆଜି ମଧ୍ୟ ଏହି ଧାରା ଜାରି ରହିଥିଲା । ତେବେ ନବମ ଓ୍ଵିକେଟ୍‌ରେ ଫିଲାଣ୍ଡର ଓ କେଶବ ମହାରାଜା ୧୦୯ ରନ୍‌ ଯୋଡ଼ିବା ଫଳରେ ଦକ୍ଷିଣ ଆଫ୍ରିକା ଦଳ ଏକ ସମ୍ମାନଜନକ ସ୍କୋର କରି ପାରିଥିଲା । ଦଳ ପକ୍ଷରୁ ଫିଲାଣ୍ଡର ୪୪ ଓ ଦଶ ନମ୍ବର ବ୍ୟାଟ୍‌ସମ୍ୟାନ୍‌ ମହାରାଜା ସର୍ବାଧିକ ୭୨ ରନ୍‌ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡୁପ୍ଲେସିସ୍‌ ୬୪, ଡିକକ୍‌ ୩୧ରନ୍‌ କରିଥିଲେ । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ୍‌ ସହ ଆଜିର ଖେଳ ମଧ୍ୟ ଶେଷ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.