ବଙ୍ଗୋପସାଗରରେ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା; ଭୟଙ୍କର ହେଉଛି ମିଗଜୋମ୍

ବଙ୍ଗୋପସାଗରରେ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା । ଭୟଙ୍କର ହେଉଛି ମିଗଜୋମ୍ । ସ୍ଥଳଭାଗ ମୁହାଁ ହେବା ସହ ପ୍ରଭାବ ଦେଖାଇଲାଣି । ସାଇକ୍ଲୋନ୍ ଏବେ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଏବେ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଆଗକୁ ବଢୁଛି ।

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା । ଭୟଙ୍କର ହେଉଛି ମିଗଜୋମ୍ । ସ୍ଥଳଭାଗ ମୁହାଁ ହେବା ସହ ପ୍ରଭାବ ଦେଖାଇଲାଣି । ସାଇକ୍ଲୋନ୍ ଏବେ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଏବେ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଆଗକୁ ବଢୁଛି । ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ନେଲ୍ଲୋରରୁ ୨୦ କିଲୋମିଟର ଉତ୍ତର-ଉତ୍ତର ପୂର୍ବ, ଚେନ୍ନାଇରୁ ୧୭୦ କିଲୋମିଟର ଉତ୍ତର, ବାପାଟଲାରୁ ୧୫୦ କିଲୋମିଟର ଦକ୍ଷିଣ ଓ ମଛଲିପଟ୍ଟନମରୁ ୨୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି ।

ଏବେ ଉତ୍ତର ଦିଗରେ ଦକ୍ଷିଣ ଆନ୍ଧ୍ର ଉପକୂଳ ମୁହାଁଉଛି ବାତ୍ୟା । ନେଲ୍ଲୋର ଓ ମଛଲିପଟନମ୍ ଭିତରେ ବାପାଟଲା ନିକଟରେ ଆଜି ପୂର୍ବାହ୍ଣରେ ଲାଣ୍ଡଫଲ୍ କରିବ । ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ ମିଗଜୋମ୍ । ସେତେବେଳ ପବନର ବେଗ ଘଣ୍ଟାପ୍ରତି ୯୦ରୁ ଶହେ କିଲୋମିଟର ରହିବ । ପବନର ବେଗ ବଢ଼ି ୧୧୦ କିଲୋମିଟର ରହିପାରେ । ଲାଣ୍ଡଫଲ୍ ବେଳେ ସ୍ଥଳଭାଗକୁ ମାଡ଼ି ଆସିବ ସମୁଦ୍ର । ସ୍ଥଳଭାଗ ଅତିକ୍ରମ ବେଳେ ସମୁଦ୍ରରେ ପାଖାପାଖି ଦେଢ଼ ମିଟର ଯାଏ ଜୁଆର ଉଠିବା ସମ୍ଭାବନା ରହିଛି । ଭୀଷଣ ଅଶାନ୍ତ ରହିଛି ସମୁଦ୍ର ।

ଏଥିପାଇଁ ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଆଜି ଅତି ଭୀଷଣ ବର୍ଷା ପାଇଁ ଦକ୍ଷିଣ ଆନ୍ଧ୍ର ସମେତ ଉତ୍ତର ଉପକୂଳ ତାମିଲନାଡୁ, ପୁଡୁଚେରୀ ଓ କରାଇକଲକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ ୨୦୪.୪ ମିମିରୁ ଅଧିକ ବର୍ଷା ହୋଇପାରେ। ସ୍ଥଳଭାଗ ମୁହାଁ ହେବା ସହ ଆନ୍ଧ୍ର ଉପକୂଳରେ ପ୍ରଭାବ ଦେଖାଇଲାଣି ବାତ୍ୟା । ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆଜି ପାଇଁ ଆନ୍ଧ୍ରପ୍ରଦେଶର ନେଲ୍ଲୋର, ବାପାଟଲା, ତିରୁପତି, କ୍ରିଷ୍ଣା, ୱେଷ୍ଟ ଗୋଦାବରୀ, କୋଣାସୀମା, କାକିନାଡାକୁ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଦେଇଛି ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.