ପତ୍ନୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ମଦ୍ୟପ ସ୍ୱାମୀ

ପତ୍ନୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ମଦ୍ୟପ ସ୍ୱାମୀ। ଢେଙ୍କାନାଳ ସଦର ଥାନା ସରଖିଆ ଗାଁରେ ବିବତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ସ୍ୱାମୀ ପ୍ରତାପ ସ୍ଵାଇଁ ହତ୍ୟା ପରେ ଗାଁ ପାଖ ଜଙ୍ଗଲରେ ଲୁଚିଥିବା ବେଳେ ଗିରଫ କରିଛି ସଦର ଥାନା ପୋଲିସ ।

ପତ୍ନୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ମଦ୍ୟପ ସ୍ୱାମୀ। ଢେଙ୍କାନାଳ ସଦର ଥାନା ସରଖିଆ ଗାଁରେ ବିବତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ସ୍ୱାମୀ ପ୍ରତାପ ସ୍ଵାଇଁ ହତ୍ୟା ପରେ ଗାଁ ପାଖ ଜଙ୍ଗଲରେ ଲୁଚିଥିବା ବେଳେ ଗିରଫ କରିଛି ସଦର ଥାନା ପୋଲିସ । କଲ୍ୟାଣୀ ସ୍ଵାଇଁଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଅଭଯୁକ୍ତ ପ୍ରତାପ ସ୍ଵାଇଁ ପତ୍ନୀକୁ ଗାଇ ଗୁହାଳ ଭିତରେ ଫାଉଡ଼ାରେ ହାଣି ହତ୍ୟା କରିଥିବା ଜଣାପଡିଛି।

ଜମି ବିକ୍ରି ପାଇଁ ପତ୍ନୀଙ୍କୁ ମଦ୍ୟପ ସ୍ୱାମୀ ବାଧ୍ୟ କରୁଥିଲେ । ସ୍ତ୍ରୀ କଲ୍ୟାଣୀ ରାଜି ନହେବାରୁ ବାରମ୍ବାର ଧମକ ଦେଇ ଆସୁଥିଲା। ଆଜି ପୁଣି ସେହି କଥାକୁ ନେଇ ଉଭୟ ପତି ପତ୍ନୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଯେଉଁଥିରେ ଉତ୍କ୍ଷୀପ୍ତ ହୋଇ ସ୍ୱାମୀ ପ୍ରତାପ କଲ୍ୟାଣୀଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଥିବା ଜଣାପଡିଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.