Below header

ଟ୍ରେନ୍‌ରେ ପ୍ରସବ, ରେଲୱେ କର୍ମଚାରୀଙ୍କ ସହାୟତାରେ ପୁତ୍ର ଜନ୍ମ କଲେ ମହିଳା

ଭୁବନେଶ୍ୱର: ରେଳ ବିଭାଗର କର୍ମଚାରୀ ଓ ମେରୀ ସହେଲି ଟିମ୍ ସହାୟତରେ ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ଜଣେ ଗର୍ଭବତୀ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏବେ ଉଭୟ ମା ଓ ଶିଶୁଙ୍କ ଅବସ୍ଥା ଭଲ ଥିବା ଜଣାଯାଇଛି। ଜନ୍ମ ପରେ ତୁରନ୍ତ ରେଳ ବିଭାଗର ଡାକ୍ତରୀ ଦଳ ମହିଳାଙ୍କ ନିକଟରେ ପହଞ୍ଚି ଉଭୟଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରେଲୱେ ତରଫରୁ ମିଳିଥିବା ସୂଚନା ଅନୁସାରେ, ଆଜି ଟ୍ରେନ ନଂ ୦୨୨୪୫ର କୋଚ୍ ଏସ୍-୪ ରେ ଜଣେ ଗର୍ଭବତୀ ମହିଳା ଯାତ୍ରୀଙ୍କୁ ସାହାଯ୍ୟ ଦରକାର ବୋଲି SS/BBS ପକ୍ଷରୁ ସୂଚନା ଦିଆଯାଇଥିଲା। ଖବର ପାଇ ମହିଳା ଏସ୍‌ଆଇ ସଚଳା ପ୍ରଧାନ ଓ ମେରୀ ସହେଲି ଟିମ୍ ୫ ନଂ ପ୍ଲାଟଫର୍ମରେ ୪.୪୪ ରେ ଅପେକ୍ଷା କରିଥିଲେ। ଟ୍ରେନ ପହଞ୍ଚିବା ପରେ ଟିମ୍ ଉକ୍ତ ପ୍ରସୂତୀଙ୍କୁ ଅନ୍ୟତ୍ର ନେଇ ଡେଲିଭରି କରାଇଥିଲେ। ଅପରାହ୍ନ ୪.୫୫ ରେ ମହିଳା ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ପରେ ମହିଳାଙ୍କ ପାଖରେ ରେଲୱେ ଡାକ୍ତରୀ ଟିମ୍ ପହଞ୍ଚିଥିଲା। ଯାଞ୍ଚ ପରେ ଉଭୟ ମା ଓ ନବଜାତକକୁ ୧୦୮ ଆମ୍ବୁଲାନ୍ସ ଜରିଆରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ପ୍ରସୂତିଙ୍କ ନାଁ ଆୟେଶା ଖାତୁନ(୨୦) ଓ ସେ ଶାଶୁଙ୍କ ସହ ଟ୍ରେନରେ ଯାତ୍ରା କରୁଥିଲେ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.