Below header

ରେଙ୍ଗାଲି ଡ୍ୟାମରେ ଡ୍ୟୁଟିିରେ ଥିବା ବେଳେ ମହୁମାଛି ଆକ୍ରମଣରେ କର୍ମଚାରୀ ମୃତ

କେନ୍ୟୁଜ ବ୍ୟୁରୋ : ମହୁମାଛି ଦଂଶନରେ କର୍ମଚାରୀ ମୃତ । ରେଙ୍ଗାଳି ଡ୍ୟାମରେ କାର୍ଯ୍ୟରତ ଆଦିତ୍ୟ ପ୍ରତାପ ମଲ୍ଲିକଙ୍କର ମହୁମାଛି ଦଂଶନରେ ମୃତ୍ୟୁ ଘଟିଛି। ଗତକାଲି ସେ ଡ୍ୟାମରେ ଡ୍ୟୁଟିରେ ଥିବାବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ପ୍ରଥମେ ତାଙ୍କୁ ଅନୁଗୁଳ ହସପିଟାଲ ଓ ପରେ ଏସସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସିଙ୍ଗ ଗାଁର ଆଦିତ୍ୟ ରେଙ୍ଗାଳି ଡ୍ୟାମରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ମୃତଦେହ ନେବାକୁ ଆଦିତ୍ୟଙ୍କ ପରିବାର ଲୋକେ ଆମ୍ବୁଲାନସ ଯୋଗାଇ ଦେବା ପାଇଁ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଯୋଗାଯୋଗ କରିଥିଲେ। ପ୍ରଭାତ ବିଶ୍ୱାଳଙ୍କ ସହଯୋଗରେ ଆଦିତ୍ୟଙ୍କ ମୃତଦେହକୁ ତାଙ୍କ ଗାଁକୁ ପଠାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.