ପୁରୁଷଙ୍କ ଯୌନ ଇଚ୍ଛା କମାଏ ଏସବୁ ଖାଦ୍ୟ, ତୁରନ୍ତ ଭୋଜନରୁ ଦିଅନ୍ତୁ ବାଦ୍‌

ଖାଦ୍ୟପେୟର ପ୍ରଭାବ ଆମ ଜୀବନଶୈଳୀ ଉପରେ ପଡ଼ିଥାଏ। ଏଣୁ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଖାଦ୍ୟ ଗ୍ରହଣ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କିନ୍ତୁ କେତେକ ଖାଦ୍ୟ ଖାଇବା ଦ୍ୱାରା ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଏଭଳି ଭୋଜନ ସିଧାସଳଖ ମୁଡ୍‌ ପରିବର୍ତ୍ତନ କରିଥାଏ। କେତେକ ଖାଦ୍ୟ ପଦାର୍ଥ ଶାରୀରିକ ସମ୍ପର୍କ ଇଚ୍ଛାକୁ କମାଇ ଦେଇଥାଏ। ଏହି ଖାଦ୍ୟଗୁଡ଼ିକଠାରୁ ଯେତେ ସମ୍ଭବ ସେତେ ଦୂରେଇ ରହିବା ଉଚିତ। ପୁରୁଷଙ୍କୁ ଦୁର୍ବଳ କରିବାରେ ଏହିସବୁ ଖାଦ୍ୟ ପଦାର୍ଥର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ୱାରା କାମୋତ୍ତଜନା ହ୍ରାସ ପାଏ…

ମଦ:

The Link Between Stress and Alcohol

ମଦ ପିଇବା ଦ୍ୱାରା ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟ୍ରେରନ୍‌ର ଉତ୍ପାଦନ କମିଯାଏ। ମଦ ପିଇବା ପରେ ନିଦ ଲାଗେ ଫଳରେ ପୁରୁଷମାନଙ୍କର ଶାରୀରିକ ସମ୍ପର୍କ ପ୍ରତି ଇଚ୍ଛା କମିଯାଏ।

ଚିଜ୍‌:

Homemade Cheddar Cheese Recipe | How to Make Cheddar Cheese

ଚିଜ୍‌ରେ ବହୁତ ଅଧିକ ଫ୍ୟାଟ୍‌ ରହିଥାଏ। ଅଧିକ ପରିମାଣରେ ଚିଜ୍‌ ସେବନ କରିବା ଦ୍ୱାରା ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବାକୁ ଲାଗିଥାଏ। ଫଳରେ ଶରୀରରେ ଇଷ୍ଟ୍ରୋଜେନ୍‌, ପ୍ରୋଜିଷ୍ଟରନ୍‌ ଓ ଟେଷ୍ଟୋଷ୍ଟ୍ରୋନ୍‌ ଭଳି ହରମୋନ୍‌ କ୍ଷରଣରେ ବାଧା ଉପୁଜେ।

କଫି:

diamond painting big size,rhinestones embroidery,coffe decor ...

କଫିରେ କ୍ୟାଫେନ୍‌ ରହିଥାଏ, ଯାହା ପୁରୁଷଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଅଧିକ ପରିମାଣରେ କଫି ସେବନ କରିବା ଦ୍ୱାରା ଶରୀରରେ କାର୍ଟିସୋଲ୍‌ ତିଆରି ହୋଇଥାଏ। ଫଳରେ ଚିନ୍ତା ଓ ବିଷାଦ ବଢ଼େ।

ସୋଡ଼ା:

What Are The Best Sodas In The World

ସୋଡ଼ା ଓ ସୁଗନ୍ଧିତ ପେୟ ପଦାର୍ଥକୁ ସେବନ କରିବା ଦ୍ୱାରା ଓଜନ ଓ ମୁଡ଼୍‍ ଉପରେ କୁପ୍ରଭାବ ପଡ଼ିଥାଏ। ଏହାର ପ୍ରଭାବ କାମ ଇଚ୍ଛା ଜାଗ୍ରତ କରିବାରେ ମଧ୍ୟ ପଡ଼େ। ସହବାସର ଇଚ୍ଛାକୁ କମାଇବାରେ ସୋଡ଼ା ସାହାଯ୍ୟ କରେ।

ଏହା ବ୍ୟତୀତ ରେଡ ମିଟ୍‌, ମିଣ୍ଟ, ଚିପ୍ସ, ସୋୟାବିନ୍‌, ଖରାପ କ୍ୱାଲିଟି ତେଲ, କର୍ଣ୍ଣଫ୍ଲେକ୍ସ, ପ୍ୟାକିଂ ଫୁଡ୍‌, ଜଙ୍କ ଫୁଡ୍‌ ଖାଇବା ଦ୍ୱାରା ମଧ୍ୟ କାମ ଇଚ୍ଛା ହ୍ରାସ ପାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.