ପ୍ରେମ ଆଗରେ ହାର୍‌ ମାନିଲା ଲକଡାଉନ କଟକଣା, କଟକରୁ ଯାଇ ବାଲେଶ୍ୱରରେ ପହଞ୍ଚିଲେ ପ୍ରେମୀ ଯୁଗଳ, ଧରିଲା ପୋଲିସ୍‌

କେନ୍ୟୁଜ ବ୍ୟୁରୋ : ପ୍ରେମ ଆଗରେ ହାର୍‌ ମାନିଲା ଲକଡାଉନ କଟକଣା । କଟକ ନିଆଳିରୁ ଯାଇ ବାଲେଶ୍ୱରରେ ପହଞ୍ଚିଲେ ପ୍ରେମୀ ଯୁଗଳ । ଯୁବକଙ୍କ ଘର ବାଲେଶ୍ୱର ସହରର ସୁନହଟ୍‌ ଅଞ୍ଚଳରେ । ଯୁବତୀଙ୍କ ଘର କଟକ ନିଆଳି ଅଞ୍ଚଳର । ଯୁବକ ଜଣକ କଟକରେ ଏକ ମୋବାଇଲ ଦୋକାନରେ ରହି କାମ କରୁଥିବାବେଳେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟ ବିବାହ ପାଇଁ ସ୍ଥିର କରିଥିଲେ ।

ଗତକାଲି ରାତି ୩ଟାରୁ ଏକ କାର୍‌ ଯୋଗେ ଯାଇ ବାଲେଶ୍ୱର ଦାଣ୍ଡକାଳୀ ମନ୍ଦିରରେ ବିବାହ କରିଥିଲେ । ପରେ ଉପାୟ ନପାଇ ମେଡିକାଲ ପରିସରରେ ଆଶ୍ରୟ ନେଇଥିଲେ ପ୍ରେମୀ ଯୁଗଳ । ଖବରପାଇ ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଉଭୟଙ୍କ ପରିବାର ସହ ସମ୍ପର୍କ କରିଥିଲା । ପରେ ପୋଲିସ ବୁଝାମଣା ପତ୍ର ସ୍ୱାକ୍ଷର କରି ଉଭୟଙ୍କୁ ଛାଡିଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.