Below header

ସ୍ୱାଇନ୍‌ ଫ୍ଲୁ ଯୋଗୁ ଏବେ ଯାଏଁ ୧୦ ଜିଲ୍ଲାରେ ମଲେଣି ୧୪,୪୬୫ ଘୁଷୁରୀ, ଚିନ୍ତାରେ ରାଜ୍ୟ ସରକାର

କରୋନା ଭାଇରସ୍‌ର ଆତଙ୍କ ଥମିନଥିବା ବେଳେ ପୁଣିଥରେ ଆଉ ଏକ ରୋଗ ଦେଶରେ ଦେଖାଦେଇଛି। ଆସାମରେ ଆଫ୍ରିକାନ୍‌ ସ୍ୱାଇନ୍‌ ଫ୍ଲୁର ପ୍ରକୋପ କ୍ରମଶଃ ବଢ଼ିବାରେ ଲାଗିଛି। ଆସାମରେ ପଶୁପାଳନ ମନ୍ତ୍ରୀ ଅତୁଳ ବୋରା ଆଜି ସୂଚନା ଦେଇ କହିଛନ୍ତି ଯେ ସ୍ୱାଇନ୍‌ ଫ୍ଲୁ ଯୋଗୁ ଏବେ ଯାଏଁ ୧୦ଟି ଜିଲ୍ଲାରେ ୧୪,୪୬୫ ଘୁଷୁରୀଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣ ରୋକିବା ପାଇଁ ସରକାର ଯଥା ସମ୍ଭବ ଚେଷ୍ଟା ଜାରି ରଖିଛନ୍ତି। ସଂକ୍ରମଣ ରୋକିବା ପାଇଁ ଆମେ କୃଷକଙ୍କୁ ଘୁଷୁରୀଙ୍କୁ ପୋତିବାକୁ ପରାମର୍ଶ ଦେଇଛୁ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ମଧ୍ୟ ବୋରା କହିଥିଲେ ଯେ ଜାତୀୟ ଉଚ୍ଚ ସୁରକ୍ଷା ପଶୁ ରୋଗ ସଂସ୍ଥାନ, ଭୋପାଳ ପରୀକ୍ଷା ପରେ କହିଛି ଯେ ଘୁଷୁରୀଙ୍କ ମୃତ୍ୟୁର କାରଣ ଆଫ୍ରିକାନ୍‌ ସ୍ୱାଇନ୍‌ ଫ୍ଲୁ। କେନ୍ଦ୍ର ସରକାରଙ୍କ ଅନୁସାରେ ଏଭଳି ରୋଗ ବ୍ୟାପିବା ଦେଶରେ ପ୍ରଥମ ମାମଲା।
ମନ୍ତ୍ରୀଙ୍କ କହିବାନୁସାରେ ୨୦୧୯ରେ ରାଜ୍ୟରେ ଘୁଷୁରୀଙ୍କ ସଂଖ୍ୟା ୨୧ ଲକ୍ଷ ଥିବା ବେଳେ ଏବେ ଏହା ବଢ଼ି ୩୦ ଲକ୍ଷରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.