Below header

କାମାକ୍ଷାନଗର: କେନାଲରେ ବୁଡି ଯୁବକ ମୃତ

କାମାକ୍ଷାନଗର(କେନ୍ଯୁଜ୍): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ସ୍ଥିତ ରେଙ୍ଗାଳି ବାମ ପାର୍ଶ୍ବ କେନାଲରେ ବୁଡି ଯୁବକ ମୃତ୍ୟୁ। ମୃତକ ଜଣକ ହେଉଛନ୍ତି ବାଉଁଶପାଳ ପଂଚାୟତ ଅନ୍ତର୍ଗତ ଲେମ୍ବୁପାଳ ଗ୍ରାମର ବିନୟ ହେମ୍ବ୍ରମ। ସୂଚନା ମୁତାବକ ବିନୟ ଗତକାଲି ସଂଧ୍ଯାରେ ଶୌଚ ହେବାକୁ ଯାଇ ନିଖୋଜ ଥିଲେ। ଆଜି ସକାଳେ ତାଙ୍କର ମୃତ ଦେହ କେନାଲରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ଯବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.