Below header

ପାକିସ୍ତାନରେ ଥିବା ଦୁଇ ଭାରତୀୟ ହାଇକମିଶନର ଅଧିକାରୀ ନିଖୋଜ, ଦୁଇଘଣ୍ଟା ହେଲା ହୋଇପାରୁନାହିଁ ସମ୍ପର୍କ

ପାକିସ୍ତାନରେ ଦୁଇ ଭାରତୀୟ ନିଖୋଜ । ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନର ଦୁଇ କର୍ମଚାରୀ ନିଖୋଜ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଆଜି ସକାଳୁ ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁନାହିଁ । ସେମାନଙ୍କୁ ଖୋଜା ଚାଲିଛି । ଇସଲାମାବାଦ୍‌ରେ ସେମାନେ କାର୍ଯ୍ୟରତ ବେଳେ ସେ ନିଖୋଜ ଅଛନ୍ତି ।

ଏହି ଖବର ଜଣାପଡିବା ପରେ ପାକିସ୍ତାନ ସରକାର ସହ ଆଲୋଚନା କରିଛନ୍ତି ଭାରତ ସରକାର । ନିକଟରେ ପାକିସ୍ତାନର ଦୁଇ ଅଧିକାରୀଙ୍କୁ ଦିଲ୍ଲୀରେ କରାଯାଇଥିଲା । ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ସେମାନେ ଗିରଫ ହୋଇଥିଲେ । ଏହାର ଜବାବରେ ପାକିସ୍ତାନ ଏଭଳି କାମ କରିଥିବା ଆଲୋଚନା ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.