ସାମ୍ନାକୁ ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ କେମିତି ହୋଇଛି ମୃତ୍ୟୁ

ବଲିଉଡର ଚର୍ଚ୍ଚିତ ଏବଂ ସମସ୍ତଙ୍କ ପସନ୍ଦ ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତ ରବିବାର ନିଜ ବାନ୍ଦ୍ରାସ୍ଥିତ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ। ଯାହାପରେ ତାଙ୍କ ମୃତ୍ୟୁକୁ ନେଇ ଚହଳ ସୃଷ୍ଯି ହୋଇଥିଲା। ସୁଶାନ୍ତଙ୍କ ହତ୍ୟା ଏବଂ ଆତ୍ମହତ୍ୟାକୁ ନେଇ ଅନେକ ପ୍ରକାର ପ୍ରଶ୍ନ ଉଠୁଥିଲା। ତେବେ ବର୍ତ୍ତମାନ ତାଙ୍କର ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି।

sushntaଯେଉଁଥିରେ ବର୍ତ୍ତମାନ ସୁଦ୍ଧା ତାଙ୍କର ଆତ୍ମହତ୍ୟାର କାରଣ ହ୍ୟାଙ୍ଗିଙ୍ଗ୍‌ (ଫାଶୀ ଦେବା କାରଣରୁ) ହୋଇଛି ବୋଲି ଜଣାପଡିଛି। ମୁମ୍ବାଇର କପୁର ହସପିଟାଲରେ ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମର ଆଡଭାନ୍ସ ରିପୋର୍ଟ ପୋଲିସ ହାତକୁ ଆସିଛି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ତାଙ୍କ ମୃତ୍ୟୁର କାରଣ ଫାଶୀରେ ଝୁଲିବା କାରଣରୁ ଶ୍ୱାସ ରୁଦ୍ଧ ହୋଇଛି।

susantଏଭଳି ରିପୋର୍ଟ ଦେଇଛନ୍ତି ତିନି ଜଣିଆ ଡାକ୍ତରୀ ଟିମ୍‌ । ପୋଷ୍ଟମର୍ଟମ ରିପୋର୍ଟକୁ ବାନ୍ଦ୍ରା ପୋଲିସ ଷ୍ଟେସନକୁ ପଠାଯାଇଛି । ହେଲେ ସେ କାହିଁକି ଆତ୍ମହତ୍ୟା କଲେ, ତାହା ଏବେ ବି ଅସ୍ପଷ୍ଟ ରହିଛି । ଘର ଭିତରୁ କୌଣସି ସୁଇସାଇଡାଲ୍‌ ନୋଟ୍‌ ବି ଜବତ କରିନି ପୋଲିସ । ଆଜି ମୁମ୍ବାଇ ପୋଲିସ ସୁଶାନ୍ତ ସିଂହ ରାଜପୁତଙ୍କ ଘରେ ପହଞ୍ଚିଛି । ତାଙ୍କ କିଛି ସାଙ୍ଗଙ୍କ ବୟାନ ରେକର୍ଡ କରାଯିବ ।

ପୁଅର ମୃତ୍ୟୁ ଖବର ଶୁଣିବା ପରେ ବାପା ଅସୁସ୍ଥ ହୋଇପଡ଼ିଛନ୍ତି । ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ସେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ସେପଟେ ଆଜି ଅପରାହ୍‌ଣ ୪ଟାରେ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ କୃତ୍ୟ । ମୁମ୍ବାଇରେ ଅନ୍ତିମ ସଂସ୍କାର କରାଯିବ । ଏଥିପାଇଁ ପୁରା ପରିବାର ପାଟଣାରୁ ଯାଇ ମୁମ୍ବାଇରେ ପହଞ୍ଚିଛି । କରୋନା କଟକଣା ଯୋଗୁ ଅନ୍ତିମ ସଂସ୍କାରରେ ଅଧିକ ଲୋକ ସାମିଲ ହେବେ ନାହିଁ । କେବଳ ପରିବାର ଲୋକ ସହ ଅନ୍ୟ କିଛି ସଂପର୍କୀୟ ଯୋଗ ଦେବେ ।

susantତେବେ ସୁଶାନ୍ତଙ୍କ ଶରୀରରେ କିଛି ବିଷକ୍ରୀୟା ଥିଲା କି ନାହିଁ ସ୍ପଷ୍ଟ ହୋଇନି। ବିଷକ୍ରୀୟା ପରୀକ୍ଷା ପାଇଁ ସୁଶାନ୍ତଙ୍କ ଶରୀରର କିଛି ଅଂଶ ପଠାଯାଇଛି। ଜେଜେ ହସପିଟାଲରୁ ରିପୋର୍ଟ ଆସିଲେ ବିଷକ୍ରୀୟା ଅଛି କି ନାହିଁ ସ୍ପଷ୍ଟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.