ଫକୀରମୋହନ ସେନାପତିଙ୍କ ୧୦୨ ତମ ଶ୍ରାଦ୍ଧ ଦିବସ ପାଳିତ

ଓଡ଼ିଆ ଭାଷା ରକ୍ଷକ, ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ, ଓଡ଼ିଆ ଜାତୀୟ ଆନ୍ଦୋଳନର ଅନ୍ୟତମ ସେନାପତି ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୦୨ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ରାଜ୍ୟ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଆନୁକୁଲ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ପାଳିତ ହୋଇଛି ।

ଏହି ଅବସରରେ ଶ୍ରଦ୍ଧାବଚନାର୍ପଣରେ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ବ୍ୟାସକବି ହଁ ଓଡିଆ ଜାତିର ସର୍ବକାଳୀନ ଆଦର୍ଶ, ଚିର ବନ୍ଦନୀୟ ଓ ପ୍ରାତଃ ସ୍ମରଣୀୟ ମହାତ୍ମା ବୋଲି କହିିଥିଲେ । ଓଡ଼ିଆ କଥା ସାହିତ୍ୟକୁ ବିଶ୍ୱ ଦରବାରରେ ସୁପ୍ରତିଷ୍ଠିତ କରିଗଲେ, ସମଗ୍ର ଭାରତ ଇତିହାସରେ ତାର ତୁଳନା ନାହିିଁ ବୋଲି କହିବା ସହ ପ୍ରଦ୍ୟୁମ୍ନ ଶତପଥୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଡମ୍ବୁରୁଧର ହରଣ ସିଂହ, ଲକ୍ଷ୍ମଣ ଦାସ, ସୀତାଂଶୁ ମହାରଣା, ବୁଦ୍ଧିମାନ ନାୟକ, କୈଳାସ ମୁଦୁଲି, ସମୀତା ମହାରଣା, ପ୍ରାଧ୍ୟାପକ ଚକ୍ରଧର ମିଶ୍ର ପ୍ରମୁଖ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.