Below header

ଭାରସାମ୍ୟ ହରାଇ ରାସ୍ତାକଡକୁ ଖସି ପଡିଲା ବାଇକ୍, ଘଟଣାସ୍ଥଳରେ ଯୁବକର ମୃତ୍ୟୁ

ଯାଜପୁର(କେନ୍ୟୁଜ୍):   ଭାରସାମ୍ୟ ହରାଇ ରାସ୍ତାକଡକୁ ଖସି ପଡିଲା ବାଇକ୍ । ଫଳରେ ଘଟଣାସ୍ଥଳରେ ଯୁବକର ମୃତ୍ୟୁ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନରସିଂହପୁର ଗ୍ରାମ ନିକଟରେ । ମୃତ ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ନରସିଂହପୁର ଗ୍ରାମର କାଳିଆ ମଲିକ । ଆଜି ସକାଳୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।  କାଳିଆ ଓ ତାର ଜଣେ ବନ୍ଧୁ ଦୁହେଁ ବାଇକରେ ଘରକୁ ଫେରୁଥିବା ବେଳେ ଏକ କୁକୁର ପସି ଯିବାରୁ ବାଇକଟି ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ପଡିଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ବଡଚଣା ପଠାଇ ଘଟଣାର ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.