ଗୁଜରାଟ ଭୁଜ୍‌ ଅଞ୍ଚଳରେ ପୁଣି ଭୂକମ୍ପର ଝଟ୍‌କା

ନୂଆଦିଲ୍ଲୀ : ଗୁଜରାଟ ଭୁଜ ଅଞ୍ଚଳରେ ଆଜି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ମପାଯାଇଛି । ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ କଚ୍ଛ ଜିଲ୍ଲାର ଭଚାଉ ବୋଲି ସୂଚନା ମିଳିଛି । ରାତି ୭.୧ ମିନିଟ୍‌ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯଦିଓ ଭୂମିକମ୍ପ ଯୋଗୁଁ ଲୋକେ ଡରି ଯାଇଛନ୍ତି ତେବେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳି ନାହିଁ ।
ସୂଚନା ଥାଉକି ୨୦୦୧ରେ ଭୁଜରେ ପ୍ରଳୟଙ୍କରୀ ଭୂମିକମ୍ପ ଘଟିଥିଲା । ଏଥିରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.