ଖୋର୍ଦ୍ଧା: ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, କାମସାରି ଘରକୁ ଫେରୁଥିବା ସମୟରେ ଦଳିଦେଲା ହାତୀ

ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ଘଟିଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡପୋଖରିଆ ଗୋପିନାଥପୁର ଗ୍ରାମରେ ।  ମୃତକ ଦାଶରଥି ମାଝିଙ୍କ ବୟସ ୫୦ବର୍ଷ । ଦାଶରଥି କାମସାରି ଘରକୁ ଫେରୁଥିବା ସମୟରେ ହାତୀ ହାବୁଡ଼ରେ ପଡିଥିଲେ ହାତୀ ଶୁଣ୍ଡରେ ତାଙ୍କୁ ଫୋପାଡ଼ି ଦେଇ ପାଦରେ ଦଳିଚକଡି ଦେଇଥିଲା। ଯାହା ଫଳରେ  ଘଟଣା ସ୍ଥଳରେ  ହିଁ ଦାଶରଥିଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.