Below header

ଏମିତି କରିବାକୁ ହାତ ଗଲା କେମିତି, ହାଡ଼ଭଙ୍ଗା ଶୀତରେ ନବଜାତକୁ ବୁଦାରେ ପକାଇ ଚାଲିଗଲା ?

ବାରିପଦା (କେ ନ୍ୟୁଜ୍‌) : ଏହା ଦାରିଦ୍ର୍ୟର ଯୋଗୁଁ ନା ଅବୈଧ ସମ୍ପର୍କର ପରିଣତି? ଏକଥା ଜଣାନାହିଁ । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଏମିତି କରିବାକୁ ହାତ ଗଲା କେମିତି ? ଏଇ ହାଡ଼ଥର ଶୀତରେ ଫିଙ୍ଗି ଦେଇ ପାରିଲା ସଦ୍ୟଜାତ ଶିଶୁ ପୁତ୍ରକୁ। ଏହି ଘଟଣା ଯୋଗୁଁ ବଦନାମ ସାଙ୍ଗକୁ ଉପହାସିତ ହେଉଛି ମାତୁତ୍ବ। ତେବେ କେଉଁ ଅବସ୍ଥାରେ ଏବଂ କାହିଁକି ଜଣେ ମାଆ ମାତୃତ୍ୱକୁ ପଛରେ ପକାଇ ନିଜ ଜନ୍ମିତ ଶିହୁପୁତ୍ରକୁ କୋଳ ଛଡା କରି ଫିଙ୍ଗି ଦେଇଗଲା ତାର ତଦନ୍ତ ହେବା ଦରକାର । ଏହା ପଛରେ ପାରିବାରିକ ଚାପ ନା ସାମାଜିକ ଲଜ୍ଜାର ଭୟ ଏ କଥା ବି ଜଣାପଡ଼ିନି। ତେବେ ଏଭଳି ଏକ ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ମୋରଡ଼ା ଷ୍ଟାଡିୟମ ପଛରେ ଥିବା ବୁଦୁବୁଦିଆ ଜଙ୍ଗଲରୁ ମିଳିଛି ଏହି ସଦ୍ୟଜାତ ଶିଶୁପୁତ୍ର । ଏକ ବାଉଁଶ ବୁଦା ନିକଟରୁ ଉଦ୍ଧାର କରାଯାଇଛି । ଭୋର ୪ଟା ବେଳେ ପଦାକୁ ଯାଇଥିବା ସୁମନ୍ତ ମୁଖି ପିଲାର କାନ୍ଦ ଶୁଣି ପ୍ରଥମେ ଭୟଭୀତ ହୋଇ ଫେରି ଆସିଥିଲେ। ପରେ ପରିବାର ସହିତ ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ବାଉଁଶ ବୁଦା ନିକଟରେ ଶିଶୁପୁତ୍ର କେହି ପକାଇ ଦେଇ ପଳାଇଛି। ତେବେ ପରିତ୍ୟକ୍ତ ଶିଶୁପୁତ୍ରକୁ ଉଦ୍ଧାର କରି ଘରକୁ ଆଣି ନିଆଁରେ ସେକ ଦେଇ ସ୍ୱାଭାବିକ କରିଥିଲେ।

BABY FOUND BY LADY

ଏନେଇ ଅଙ୍ଗନବାଡି ଦିଦିଙ୍କୁ ଖବର ଦେଇଥିଲେ। ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟକର୍ମୀ ଖବର ପାଇ ସୁମନ୍ତଙ୍କ ଘରେ ପହଞ୍ଚି ଶିଶୁଟିକୁ ମୋରଡ଼ା ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ। ଉଦ୍ଧାର ଶିଶୁପୁତ୍ରର ଓଜନ ୨କିଲୋ ୨୪୦ଗ୍ରାମ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ତାର ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଭଲ ଅଛି । ତେବେ ଅଧିକ ଚିକିତ୍ସା ସେବାର ଆବଶ୍ୟକତା ରହିଥିବାରୁ ନବଜାତକୁ ଆମ୍ବୁଲାନ୍ସରେ ପିଆରଏମ୍‌ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ମୋରଡ଼ା ଥାନା ଆଇଆଇସି ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.