ସାବଧାନ ! ଅଧିକ ଗରମ ପାଣି ପିଉଛନ୍ତି କି ? ହୋଇପାରେ ଆପଣଙ୍କ ଶରୀରରେ ଏମିତି କ୍ଷତି

କରୋନା ସମୟରେ ଗରମ ପାଣି ପିଇବାକୁ ପରାମର୍ଶ ଦିଆଯାଉଛି । ଅନ୍ୟ ପକ୍ଷରେ ଶୀତ ଋତୁ ଆରମ୍ଭ ହୋଇଯାଇଥିବାରୁ ଲୋକେ ମଧ୍ୟ ଗରମ ପାଣି ପିଇବାକୁ ଭଲ ପାଉଛନ୍ତି । ତେବେ ଆପଣ ଜାଣନ୍ତି କି ଅଧିକ ଗରମ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଅଧିକ କ୍ଷତି ବି ହୋଇପାରେ । କାରଣ କୈାଣସି ଜିନିଷ ଅଧିକ ନେବା ମଧ୍ୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଅଧିକ ଗରମ ପାଣି ପିଇବାର ଅସୁବିଧା ।

face

ମୁହଁରେ ଛାଲି ପଡ଼ିଯିବା :

ଅଧିକ ଗରମ ପାଣି ପିଇବା ଦ୍ୱାରା ମୁହଁରେ ଛାଲି ପଡ଼ିପାରେ । ଫଳରେ ଆପଣ ଖାଇବା ପିଇବାରେ ଅସୁବିଧା ଭୋଗ କରିପାରନ୍ତି ।

ଆଭ୍ୟନ୍ତରୀଣ ଅଙ୍ଗର ହୋଇପାରେ କ୍ଷତି :

ଅଧିକ ଗରମ ଓ ବେଶୀ ମାତ୍ରାରେ ଏହାର ସେବନ ଦ୍ୱାରା ଶରୀରର ତାପମାତ୍ରା ବୃଦ୍ଧି ହୋଇଥାଏ । ଯାହାଫଳରେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ଏହା ସହ ପାଚନ ତନ୍ତ୍ର ମଧ୍ୟ ଖରାପ ହେବାର ଆଶଙ୍କା ଥାଏ ।

kidney

କୀଡ୍‌ନୀ ବି ହୋଇପାରେ ଖରାପ :

କୀଡ୍‌ନୀ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ । କିନ୍ତୁ ଅଧିକ ଗରମ ପାଣି ପିଇବା ଦ୍ୱାରା ଏହା କୀଡ୍‌ନୀ କୁ ତା’ର କାମ ଭଲ ଭାବେ କରିବାରେ ରୋକିଥାଏ । ଫଳରେ ଶରୀରରେ ଅସୁବିଧା ସୃଷ୍ଟି ହୋଇଥାଏ ।

brain

ମସ୍ତିସ୍କରେ ଥିବା କୋଷ ଫୁଲିପାରେ :

ଅଧିକ ମାତ୍ରାରେ ଗରମ ପାଣି ପିଇବା ଦ୍ୱାରା ମସ୍ତିସ୍କରେ ଥିବା କୋଷ ଫୁଲିବା ଆଶଙ୍କା ଥାଏ । ଏହାଦ୍ୱାରା ଶରୀରକୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡେ । ତେଣୁ ଅଧିକ ଗରମ ପାଣି ପିଉଥାନ୍ତି ଯଦି ନିଶ୍ଚିତ ଡାକ୍ତରଙ୍କ ପରାମର୍ଶରେ ପାଣି ପିଇବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.