Below header

ଖାଇବା ମଝିରୁ ବାରମ୍ବାର ଉଠିଲେ ହୋଇଥାଏ ଧନ ନାଶ, ଥାଳିରେ ଛାଡ଼ିଥିବା ଖାଦ୍ୟକୁ ଦ୍ଵିତୀୟ ଥର ଖାଇଲେ କମି ଯାଇଥାଏ ଆୟୁଷ

ଭୋଜନ ଆମ ଦୈନନ୍ଦିନ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। କାରଣ, ଏଥିରୁ ଆମ ଶରୀରକୁ ବଳ ମିଳିଥାଏ। ହିନ୍ଦୁ ଧର୍ମ ଗ୍ରନ୍ଥରେ ଦୈନନ୍ଦିନ ଜୀବନ ସହ ଜଡ଼ିତ କେତେକ ନିୟମ ବିଷୟରେ କୁହାଯାଇଛି। ଏମିତି ହିଁ କିଛି ନିୟମ ଭବିଷ୍ୟ ପୁରାଣରେ ବି ମିଳିଥାଏ, ଯାହାକି ଭୋଜନ ସହିତ ସମ୍ବନ୍ଧିତ ରହିଛି। ଆଜି ଆମେ ଆପଣଙ୍କୁ ଭୋଜନ ସହ ଜଡ଼ିତ କିଛି ନିୟମ ବିଷୟରେ କହିବାକୁ ଯାଉଛୁ।

food3

୧. ପୂର୍ବ ଦିଗକୁ ମୁଁହ କରି ଭୋଜନ କଲେ ଆୟୁ ଏବଂ ପଶ୍ଚିମ ଦିଗକୁ ମୁଁହ କରି ଭୋଜନ କଲେ ଧନ ଲାଭ ହୋଇଥାଏ।

୨. ଉତ୍ତର ଦିଗକୁ ମୁଁହ କରି ଭୋଜନ କଲେ ସମ୍ମାନ ଏବଂ ଦକ୍ଷିଣ ଦିଗକୁ ମୁଁହ କରି ଭୋଜନ କଲେ ପ୍ରସିଦ୍ଧି ମିଳିଥାଏ।

୩. ଥରେ ବସି ପେଟ ଭରି ଭୋଜନ କରିବା ଉଚିତ। ଖାଇବା ମଝିରେ ବାରମ୍ବାର ଉଠିଲେ ଧନ ନାଶ ହୋଇଥାଏ।

୪. ଛାଡ଼ିଥିବା ଭୋଜନକୁ ଦ୍ଵିତୀୟ ଥର ଖାଇବା ଅନୁଚିତ। ଏହାଦ୍ୱାରା ଆୟୁଷ କମ ହୋଇଯାଇଥାଏ।

food

୫. ଅଧିକ ଭୋଜନ ବି କରିବା ଉଚିତ ନୁହେଁ।

୬. କେବେ କାହାକୁ ଅଇଁଠା ଖାଦ୍ୟ ଯାଚିବା ଉଚିତ ନୁହେଁ ଏବଂ କାହାର ଅଇଁଠା ବି ଖାଇବା ଉଚିତ ନୁହେଁ।

୭. ଅଇଁଠା ମୁଁହରେ କେଉଁଠିକୁ ଯିବା ଅନୁଚିତ। ଯେତେବେଳେ ବି ଖାଇବେ ତା’ ପରେ ଅଳ୍ପ ପାଣି ପିଇବା ଉଚିତ।

୮. ଭୋଜନକୁ ସର୍ବଦା ଆନନ୍ଦର ସହ ଖାଇବା ଉଚିତ। ଯଦି କେବେ ଖାଦ୍ୟରେ କିଛି ଅଭାବ ରହିଯାଇଛି, ତେବେ ତାକୁ କଦାପି ଖରାପ କହିବା ଉଚିତ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.