ଚାରି ଶହ ବର୍ଷ ପରେ ଆକାଶରେ ଦେଖାଯିବ ଅଦଭୁତ ଦୃଶ୍ୟ, ଜ୍ୟୋତିଷଙ୍କ ମତରେ ବଦଳିବ ବିଶ୍ୱର ଭାଗ୍ୟ

ପାଖାପାଖି ହେବେ ବୃହସ୍ପତି ଓ ଶନି । ମହାକାଶରେ ଦେଖାଦେବ ଏହି ବିରଳ ଦୃଶ୍ୟ । ଆସନ୍ତାକାଲି ଅର୍ଥାତ୍‌ ୨୧ ତାରିଖ ଦିନ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ପ୍ରାୟ ୪ ଶହ ବର୍ଷ ପରେ ଏଭଳି ସଂଯୋଗ ଘଟିଛି । ଶେଷଥର ପାଇଁ ୧୬୨୩ ମସିହାରେ ବୃହସ୍ପତି ଓ ଶନି ଗ୍ରହ ପାଖାପାଖି ହୋଇଥିଲେ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହି ଦୁଇ ଗ୍ରହ ପୁଣି ୨୦୮୦ ମସିହା ମାର୍ଚ୍ଚ ୧୫ ତାରିଖରେ ପାଖାପାଖି ହେବେ ।
ଦୁଇ ଗ୍ରହ ଭିତରେ ୨୩ କୋଟି ୫ ଲକ୍ଷ କିଲୋମିଟରର ଦୂରତା ରହିବ । ଆସନ୍ତାକାଲି ସୂର୍ଯ୍ୟାସ୍ତ ପରେ ଭାରତର ଅନେକ ଜାଗାରେ ଏହି ଦୁଇ ଗ୍ରହଙ୍କ ସ୍ଥିତିକୁ ଦେଖି ହେବ । ଏହି ଦୁଇ ଗ୍ରହ ଏଭଳି ସମାନ୍ତରାଳ ଭାବେ ରହିବେ ଯେ ଗୋଟିଏ ଅତି ଉଜ୍ଜ୍ୱଳ ତାରା ଭଳି ଦେଖାଯିବ । ତେବେ ଏହାକୁ ଦେଖିବା ପାଇଁ ଅତି ଶକ୍ତିଶାଳୀ ଟେଲିସ୍କୋପ ଦରକାର ହେବ ।

CONJUCTION TOMORROW

ଜ୍ୟୋତିର୍ବିଦ୍‌ କଣ କହୁଛନ୍ତି

ଜ୍ୟୋତିର୍ବିଦ୍‌ଙ୍କ ମତରେ ଏଭଳି ସ୍ଥିତି ଉପୁଯିବା ଅର୍ଥ ହେଉଛି ମଣିଷ ନିଜକୁ ପରିବର୍ତ୍ତନ କରିବା ଦରକାର । ବୃହସ୍ପତି ଓ ଶନି ଏକାଠି ହେଲେ ପୁରାତନ ପରମ୍ପରାର ମୃତ୍ୟୁ ହୋଇ ନୂଆ ସଂସ୍କାର ଆରମ୍ଭ ହୁଏ । ଏହି ସ୍ଥିତି ଏକ ନୂତନ ଆରମ୍ଭର ସୂଚନା କହିହେବ । ମଣିଷ ବସ୍ତୁବାଦ ଓ ଶିଳ୍ପରୁ ବାହାରି ଅଧିକ ଭାବେ ଆଦର୍ଶ ଏବଂ ଟେକନୋଲୋଜି ଉପରେ ନିର୍ଭରଶୀଳ ହେବ ।
୨୦୨୦ର ବିପର୍ଯ୍ୟୟ ପରେ ଏ ବିଶ୍ୱ ନିଜକୁ ଆହୁରି ଶକ୍ତିଶାଳୀ କରିବ । ବିକାଶର ଗତି ମନ୍ଥର ହୋଇ ପାରେ କିନ୍ତୁ ମାନବିକତା, ଶାନ୍ତି ଓ ସଦଭାବନାର ବାତାବରଣ ଫେରିବ । ମଣିଷ ନିଜ ଚରିତ୍ରକୁ ସୁଧାରିବ ଏବଂ ସରକାର ମଧ୍ୟ ଜନହିତରେ କାର୍ଯ୍ୟ କରିବେ । ମଣିଷକୁ ନୂଆ କିଛି କରିବା ଲାଗି ଉତ୍ସାହ ଆସିବ ।
ଜ୍ୟୋତିଷଙ୍କ ଅନୁସାରେ, କ୍ୟାରିୟରରେ ସଫଳତା ଦୃଷ୍ଟିରୁ ଏହି ସ୍ଥିତି କୁମ୍ଭ ରାଶି ପାଇଁ ଖୁବ୍‌ ଭଲ ରହିବ । ସେମାନେ ନିଜ ଉତ୍ସାହ ଓ କାର୍ଯ୍ୟ ଦ୍ୱାରା ସଫଳତାର ଶୀର୍ଷ ଛୁଇଁବେ । ତେବେ ତୁଳା, ମିଥୁନ ଆଦି ରାଶିର ବ୍ୟକ୍ତି ମଧ୍ୟ ସଫଳ ହେବେ । ସେହିପରି କର୍କଟ, ବିଛା ଓ ମୀନ ରାଶିର ବ୍ୟକ୍ତିମାନେ କିଛି ନୂଆ କରିବାକୁ ନିଜ ଭିତରେ ଉତ୍ସାହ ଅନୁଭବ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.