ଅଭିଜିତ୍ ଆୟାର ମିତ୍ରଙ୍କ ପୁଣି ବିବାଦୀୟ ଟ୍ବିଟ୍, ଏଥର ଟାର୍ଗେଟ କଲେ ଓଡିଆ ପ୍ରାଣର ଦେବତା ଜଗନ୍ନାଥଙ୍କୁ

ଭୁବନେଶ୍ବର(କେନ୍ଯୁଜ୍) : କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍‌ ଆୟାର ମିତ୍ରଙ୍କ ପୁଣି ଏକ ବିବାଦୀୟ ଟିପ୍ପଣୀ ସାମ୍‌ନାକୁ ଆସିଛି । ନିଜ ଟ୍ଵିଟର୍‌ ପେଜ୍‌ରେ ଓଡ଼ିଶା ପ୍ରତି ଅପମାନ ସୂଚକ ପୋଷ୍ଟ କରିଛନ୍ତି ଅଭିଜିତ୍‌ ।

twiitସେ ଲେଖିଛନ୍ତି, ଜଗନ୍ନାଥ ପ୍ରକୃତରେ କୋଲକାତାର ଠାକୁର । କଳିଙ୍ଗ ରାଜା ଜଗନ୍ନାଥଙ୍କୁ ଚୋରି କରିଛନ୍ତି । ଓଡ଼ିଶା ବେଙ୍ଗଲିମାନଙ୍କ ଦ୍ୱାରା ଆବିଷ୍କୃତ ହୋଇଛି । ଓଡ଼ିଶା ବୋଲି କିଛି ନାହିଁ । ଓଡ଼ିଶା ଅବିଭକ୍ତ ବେଙ୍ଗଲର ଦକ୍ଷିଣ ପ୍ରଗଣାର ବନାଞ୍ଚଳ ବୋଲି ଟ୍ଵିଟ୍‌ କରିଛନ୍ତି ଅଭିଜିତ୍‌ ।

twiit2୨୦୧୭ରେ ଏଭଳି କଟୁ ଟିପ୍ପଣୀ ପୋଷ୍ଟ କରିଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ନିକଟରେ ଓଡ଼ିଶା ବୁଲିବାକୁ ଆସି କୋଣାର୍କ ସୂର୍ଯ୍ଯମନ୍ଦିର ଓ ଏହାର ପଥର ଖୋଦିତ କାରୁକାର୍ଯ୍ଯକୁ କଡ଼ା ସମାଲୋଚନା କରିଥିଲେ ଅଭିଜିତ୍‌ ଆୟାର ମିତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.