Below header

ଆସିଲେନି ଅଭିଜିତ୍‌ ଆୟାର ମିତ୍ର, ଭୁଲ୍ ମାଗି ବାଚସ୍ପତିଙ୍କ ନିକଟକୁ ପଠାଇଲେ କ୍ଷମାପତ୍ର

ଭୁବନେଶ୍ବର(କେନ୍ଯୁଜ୍) : କ୍ଷମା ମାଗିଲେ ଅଭିଜିତ୍‌ ଆୟାର ମିତ୍ର । ବିଧାନସଭା ବାଚସ୍ପତିଙ୍କ ନିକଟକୁ କ୍ଷମାପତ୍ର ପଠାଇଛନ୍ତି ଅଭିଜିତ୍‌ । ତାଙ୍କ କ୍ଷମାପତ୍ରକୁ ବିଧାନସଭା ସଚିବଙ୍କୁ ପ୍ରଦାନ କରାଯାଇଛି । ଅଭିଜିତ ଆୟାର ମିତ୍ରଙ୍କ ନାଁରେ ସ୍ୱାଧିକାର ଭଙ୍ଗ ମାମଲାରେ ଆଜି ବିଧାନସଭା ଗୃହ କମିଟି ନିକଟରେ ହାଜର ହେବାକୁ ନୋଟିସ୍‌ କରାଯାଇଥିଲା । ତେବେ ସେ ହାଜର ନହୋଇ ବାଚସ୍ପତିଙ୍କ ନିକଟକୁ କ୍ଷମାପତ୍ର ପଠାଇଛନ୍ତି । ଓଡ଼ିଶାର କଳା ସଂସ୍କୃତି ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଫଶିଥିବା ଅଭିଜିତ୍‌ ଆୟାର ମିତ୍ର ଗତ ୫ ତାରିଖରେ କୋଣାର୍କ ଥାନାରେ ହାଜର ହେବାର ଥିଲା । ହେଲେ ଏହା ପୂର୍ବରୁ ସେ ଏସ୍‌ପିଙ୍କୁ ଚିଠି ଲେଖି ସୁରକ୍ଷା ମାଗିଥିଲେ । ଆଜି ଗୃହ କମିଟିରେ ହାଜର ହେବେ ବୋଲି କହିଥିଲେ । ଓଡିଶା କଳା ସଂସ୍କୃତି ପ୍ରତି ଅରୁଚିକର ମନ୍ତବ୍ୟ ସହ ବିଧାୟକମାନଙ୍କ ବିରୋଧରେ ମଧ୍ୟ କଟୁ ମନ୍ତବ୍ୟ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.