ଲିଲିଙ୍କ ଏମିତିଆ ବାହାଘର ଡ୍ରେସ୍ ଯାହା ଭାଇରାଲ ହେଲା ପରେ ଦେଖିଲେଣି ୫୦ ଲକ୍ଷ ଲୋକ

ଗୋଟିଏ ଝିଅ ପାଇଁ ତାର ବାହାଘର ଦିନ ବହୁତ ଖାସ୍ ସେ ଚାହିଁଥାଏ ବାହାଘରର ପ୍ରତ୍ୟକ ଜିନିଷ ତାର ନିଜ ପସନ୍ଦର ହେଉ ବିଶେଷ କରି ଝିଅମାନେ ଏଥିପାଇଁ ଟିକେ ଅଧିକ ଚୁଜି ହୋଇଥାନ୍ତି ବାହାଘର ପୋଷାକ ଠାରୁ ଆରମ୍ଭ କରି ମେକଅପ୍ ପର୍ଯ୍ଯନ୍ତ ସବୁ କିଛି ଯେମିତି ପରଫେକ୍ଟ ଏବଂ ଆକାର୍ଷଣୀୟ ହେବାକୁ ସବୁ ପ୍ରକାରର ପ୍ରସ୍ତୁତ କରିଥାନ୍ତି ହେଲେ ଆମେ ଏମିତି ଏକ ଝିଅଙ୍କ ବିଷୟରେ ଆପଣଙ୍କୁ କହିବୁ ଯାହାର ବିବାହ ପୋଷାକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ମହିଳା ଜଣକ ହେଉଛନ୍ତି ଚାଇନାର ୨୮ ବର୍ଷୀୟ ଯୁବତୀ ଲିଲି ଟ୍ୟାନ୍ ସେ ପେସାରେ ଜଣେ ମହିଳା କୃଷକ। ବର୍ତ୍ତମାନ ନିଜର କିଛି ଖାସ୍ କଥା ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଛନ୍ତି ଚର୍ଚ୍ଚାର କାରଣ ସାଜିଛି ତାଙ୍କ ହାତ ତିଆରି ବାହାଘର ଡ୍ରେସ୍

Womanକୌଣସି ଦାମୀ କପଡ଼ା ଅବା ହୀରା ନୀଳାରେ ନୁହେଁ ସିମେଣ୍ଟ ବସ୍ତାରେ ନିଜ ବାହାଘର ଡ୍ରେସ୍ ତିଆରି କରିଛନ୍ତି ଲିଲି । ଏକଥା ଶୁଣି ଆପଣଙ୍କୁ ଅବିଶ୍ୱାସ ଲାଗୁଥାଇ ପାରେ କିନ୍ତୁ ଏହା ସତ। ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ସେ ଏହି ଡ୍ରେସ୍‌‌କୁ ତିଆରି କରିବା ପାଇଁ କୌଣସି ମହଙ୍ଗା କପଡାର ବ୍ୟବହାର କରି ନାହାନ୍ତି। ବରଂ ବ୍ୟବହାର କରିଛନ୍ତି ଅଦରକାରୀ ୪୦ଟି ସିମେଣ୍ଟ ବସ୍ତା। ଏହାକୁ ତିଆରି କରିବାକୁ ତାଙ୍କୁ ମାତ୍ର ୩ ଘଣ୍ଟା ସମୟ ଲାଗିଥିଲା ।

lily

ଏହା ସହ ମ୍ୟାଚିଂ ହେବା ଭଳି ଅନ୍ୟ ପୋଷାକ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି। ଯାହାକୁ ନିଜେ ପିନ୍ଧି ତା ଫଟୋକୁ ସେ ସୋସିଆଲ ମିଡିଆରେ ଅପଲୋଡ୍କରିଥିଲେ। ଚାଇନାରେ ଲିଲିଙ୍କର ଏହି ଡ୍ରେସ୍କୁ ସୋସିଆଲ ମିଡିଆରେ ମିଲିୟନ୍ରୁ ଅଧିକ ୟୁଜର୍ପସନ୍ଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.