Below header

ନିମାପଡ଼ା ଜେଲ ଗଲେ ଅଭିଜିତ ଆୟାର ମିତ୍ର

ନିମାପଡ଼ା(କେନ୍ଯୁଜ୍) : ନିମାପଡ଼ା ଜେଲ ଗଲେ ଅଭିଜିତ ଆୟାର ମିତ୍ର । ନଭେମ୍ବର ୫ ତାରିଖ ପର୍ଯ୍ଯନ୍ତ ସେ ଜେଲରେ ରହିବେ । ଗତକାଲି କୋଣାର୍କ ଜେଏମ୍‌ଏଫ୍‌ସି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । କୋଣାର୍କ ଥାନାରେ ରୁଜୁ ମାମଲାରେ ତାଙ୍କୁ କୋଣାର୍କ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲେ ପୋଲିସ । ଅଭିଜିତଙ୍କ ଓକିଲ ଜାମିନ ପାଇଁ ଯୁକ୍ତି ବାଢ଼ିଥିବା ବେଳେ ବିରୋଧ କରିଥିଲେ ସରକାରୀ ଓକିଲ । ଅଧିକ ପଚରାଉଚରା ପାଇଁ ଅଭିଜିତଙ୍କୁ ଦୁଇ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି କୋଣାର୍କ ପୋଲିସ ।

abhijitଓଡ଼ିଶା ଗସ୍ତରେ ଆସିଥିବା ବେଳେ ଅଭିଜିତ୍‌ କୋଣାର୍କ ସୂର୍ଯ୍ଯମନ୍ଦିର କଳା, ସଂସ୍କୃତି ସଂପର୍କରେ ଅପଶବ୍ଦ ପ୍ରୟୋଗ ଓ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ କୋଣାର୍କରେ ଉତ୍ତେଜନା ପ୍ରକାଶ ପାଇବା ସହ ଥାନାରେ ଏତଲା ଦିଆଯାଇଥିଲା । ଏହି ମାମଲାର ଅଧିକ ତଦନ୍ତ ଓ ପଚରାଉଚରା କରିବା ପାଇଁ ଅଭିଜିତଙ୍କୁ ରିମାଣ୍ଡରେ ନେଇଛି କୋଣାର୍କ ପୋଲିସ । ଗତକାଲି ଅଭିଜିତଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲରୁ ନେଇଥିଲା କୋଣାର୍କ ପୋଲିସ । ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗତ ମଙ୍ଗଳବାର ତାଙ୍କୁ କମିଶନରେଟ ପୋଲିସ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.