ଉପଭୋକ୍ତାଙ୍କ ହୋସ ଉଡାଇଲା ବିଜୁଳି ବିଲ୍, ଗୋଟିଏ ମାସରେ ଆସିଲା ପାଖାପାଖି ୮ କୋଟି ଟଙ୍କା

ହୋସ୍ ଉଡାଇଲା ବିଜୁଳି ବିଲ୍ । ଗୋଟିଏ ମାସରେ ବିଜୁଳି ବିଲ୍ ଆସିଲା ୭ କୋଟି ୯୦ ଲକ୍ଷ ୩୫ ହଜାର ୪୫୬ ଟଙ୍କା । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଖୋଦ୍ ରାଜଧାନୀ ଭୁବନେଶ୍ୱର ନୀଳାଦ୍ରୀବିହାରରେ ଘଟିଛି ଏଭଳି ଘଟଣା ।

ଭୁବନେଶ୍ୱର (କେନ୍ୟୁଜ): ଆସିଥିଲା ସାତ କୋଟିର ବିଜୁଳି ବିଲ୍‌ । ଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବଦଳିଲା ବିଲ୍‌ ପରିମାଣ । ୭ କୋଟି ଜାଗାରେ ୪ହଜାର ୮୨୪ ଟଙ୍କାର ବିଲ୍‌ ରିଜେନେରେଟ୍‌ ହୋଇଛି । ଏହାପରେ ଭୁଲ୍‌ ସୁଧାରିବା ସହ ନୂଆ ବିଲ୍‌ ଜେନେରେଟ୍‌ କରାଇଛି ବିଦ୍ୟୁତ ପ୍ରଦାନକାରୀ ସଂସ୍ଥା TPCODL । ଭୁବନେଶ୍ୱର ନିଳାଦ୍ରୀ ବିହାର ଅଞ୍ଚଳର ଫ୍ଲାଟରେ ଭଡ଼ାରେ ରହୁଥିବା ଦୁର୍ଗା ପଟ୍ଟନାୟକଙ୍କ ପାଖକୁ ଆସିଥିଲା ୭ କୋଟି ୯୦ ଲକ୍ଷ ୩୫ ହଜାର ୪୫୬ ଟଙ୍କାର ବିଲ୍‌ । ନିଳାଦ୍ରୀ ବିହାର ଜିଏ-ଫ୍ଲାଟ ନମ୍ବର ୪୦୨ରେ ଲାଗିଥିବା ପ୍ରିପେଡ ମିଟର ପାଇଁ ଏପରି ବିଲ ଆସିଥିଲା । ଏନେଇ ଫ୍ଲାଟ ମାଲିକ ରମାକାନ୍ତ ମିଶ୍ରଙ୍କୁ ଜଣାଇବା ପରେ TPCODLରେ ଅଭିଯୋଗ କରିଥିଲେ ଦୁର୍ଗା ପଟ୍ଟନାୟକ ।

ସେପଟେ ବିଦ୍ୟୁତ ଉପଭୋକ୍ତା ରମାକାନ୍ତ ମିଶ୍ର ଟାଟା ପାୱାରକୁ ଟୁଇଟ୍‌‌ କରିବା ସହ ଆପ୍‌‌ ମାଧ୍ୟମରେ ଅଭିଯୋଗ କରିଛନ୍ତି। ବିଦ୍ୟୁତ୍‌‌ ବିଭାଗର ଏଭଳି ମନମାନୀ ସମ୍ପର୍କରେ ସୋସିଆଲ ମିଡିଆରେ ଲୋକଙ୍କୁ ଜଣାଇଛନ୍ତି। ପରେ ଏହି ଘଟଣାରେ ବିଦ୍ୟୁତ କମ୍ପାନୀ କ୍ଷମା ମାଗିଥିବା ଜଣାପଡିଛି ।

ରମାକାନ୍ତଙ୍କ କହିବା ଅନୁସାରେ, ତାଙ୍କର ପୂର୍ବରୁ ପୁରୁଣା ମିଟର ଲାଗିଥିଲା। ପ୍ରତି ମାସରେ ତାଙ୍କର ୭ଶହରୁ ୧୫ଶହ ଟଙ୍କା ବିଲ୍‌‌ ଉଠୁଥିଲା। ଏହିଭଳି ତାଙ୍କର ମାର୍ଚ୍ଚ ମାସରେ ୭ଶହ ଟଙ୍କା ବିଲ୍‌‌ ଉଠିଥିଲା। ଏପ୍ରିଲ ମାସରେ ତାଙ୍କ ଘରକୁ ଟାଟା ପାୱାରର କର୍ମଚାରୀ ଆସି ସ୍ମାର୍ଟ ମିଟର ଲଗାଇଥିଲେ ୬ ହଜାର ବିଲ୍ ଆସିଥିଲା । ଖରାଦିନ ସେଥିପାଇଁ ଅଧିକ ବିଲ୍ ଆସିଥିବା ଭାବିଥିଲେ ଦୁର୍ଗା । ହେଲେ ମେ ମାସର ବିଲ୍ ତାଙ୍କ ହୋସ୍ ଉଡ଼ାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.