Below header

‘ନୂତନ ସଂସଦ ଗୃହକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରନ୍ତୁ ନାହିଁ…’, ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ରାଗିଲା ବିଜେପି

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂସଦ ଭବନର ଉଦ୍‌ଘାଟନକୁ ଭୁଲ୍‌ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ ନୂତନ ସଂସଦ ଗୃହର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନୁହେଁ, ରାଷ୍ଟ୍ରପତି କରିବା ଉଚିତ୍।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂସଦ ଭବନର ଉଦ୍‌ଘାଟନକୁ ଭୁଲ୍‌ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ ନୂତନ ସଂସଦ ଗୃହର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନୁହେଁ, ରାଷ୍ଟ୍ରପତି କରିବା ଉଚିତ୍। ସୂଚନାଥାଉ କି, ମେ’ ୨୮ରେ ନୂତନ ଭାବେ ନିର୍ମିତ ସଂସଦ ଭବନର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯିବ।

ନୂତନ ଭବନର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହାକୁ ଉଦ୍‌ଘାଟନ କରିବାକୁ ଅନୁରୋଧ କରିଥିଲେ। ଲୋକସଭା ସଚିବାଳୟ ଗୁରୁବାର ଏହି ସୂଚନା ଦେଇଛନ୍ତି।

ସେପଟେ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରତି ଜବାବ ରଖିଛନ୍ତି। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ସଂସଦ ଗୃହ ନିର୍ମାଣ ପାଇଁ ସମସ୍ତ ପ୍ରୟାସ କରିଛନ୍ତି। ମୋଦିଙ୍କର କୌଣସି ଭଲ କାମ ରାହୁଲ ଗାନ୍ଧୀଙ୍କୁ ଦେଖାଯାଏ ନାହିଁ। କହି ରଖୁଛୁ, ନୂତନ ସଂସଦ ଭବନର ଲୋକସଭାରେ ୮୮୮ ଜଣ ଏବଂ ରାଜ୍ୟସଭାରେ ୩୮୪ ଜଣ ବସିବାର ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.