୨ ହଜାର ଟଙ୍କା ବଦଳ ପାଇଁ ଦେବାକୁ ପଡ଼ିବନି ଫର୍ମ ଓ ପରିଚୟ ପତ୍ର : ସ୍ପଷ୍ଟ କଲା SBI
୨ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଦରକାର ପଡ଼ିବନି କୌଣସି ଫର୍ମ। କୌଣସି ପରିଚୟ ପତ୍ର ମଧ୍ୟ ଆବଶ୍ୟକ ହେବ ନାହିଁ। ଏନେଇ ସ୍ପଷ୍ଟ କଲା ଭାରତୀୟ ଷ୍ଟେଟ ବ୍ୟାଙ୍କ। ଏସବିଆଇର ଚିଫ୍ ଜେନେରାଲ ମ୍ୟାନେଜର ସମସ୍ତ ସର୍କଲର ଲୋକାଲ ହେଡ୍ ଅଫିସକୁ ଚିଠି ଲେଖି ଅବଗତ କରାଇଛନ୍ତି।
ନୂଆଦିଲ୍ଲୀ : ୨ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଦରକାର ପଡ଼ିବନି କୌଣସି ଫର୍ମ। କୌଣସି ପରିଚୟ ପତ୍ର ମଧ୍ୟ ଆବଶ୍ୟକ ହେବ ନାହିଁ। ଏନେଇ ସ୍ପଷ୍ଟ କଲା ଭାରତୀୟ ଷ୍ଟେଟ ବ୍ୟାଙ୍କ। ଏସବିଆଇର ଚିଫ୍ ଜେନେରାଲ ମ୍ୟାନେଜର ସମସ୍ତ ସର୍କଲର ଲୋକାଲ ହେଡ୍ ଅଫିସକୁ ଚିଠି ଲେଖି ଅବଗତ କରାଇଛନ୍ତି। ୨୦ହଜାର ଟଙ୍କା ପର୍ଯ୍ୟନ୍ତ ୨ହଜାର ନୋଟକୁ ଏଣିକି ସହଜରେ ବଦଳାଇପାରିବେ ବୋଲି ସ୍ପଷ୍ଟ କରିଛି।
ପୂର୍ବରୁ ଜାରି ସର୍କୁଲାରରେ ନୋଟ ବଦଳାଇବା ପାଇଁ ରିକ୍ୟୁଜିସନ ଫର୍ମ ଓ ପରିଚୟ ପତ୍ର ଆବଶ୍ୟକ ହେବା ନେଇ ଖବର ପ୍ରସାରିତ ହୋଇଥିଲା। ବର୍ତ୍ତମାନ ଆନେକ୍ସ୍ୟୁର ୩ରେ ଥିବା ନିୟମକୁ ହଟାଇ ଦିଆଯାଇଛି। ପୂର୍ବ ସର୍କୁଲାରରେ ଆଂଶିକ ପରିବର୍ତ୍ତନ କରି ନୂଆ ସର୍କୁଲାର ଜାରି କରାଯାଇଛି।