Below header

ଜମିରେ ହଳ କରୁଥିଲେ ସରପଞ୍ଚ, ବିଷାକ୍ତ ମାଛି ଆକ୍ରମଣରେ ମୃତ୍ୟୁ

ଭଞ୍ଜନଗର କୁରୁତାଇ ଗ୍ରାମ ପଞ୍ଚାୟତରେ ଅଭାବନୀୟ ଘଟଣା । ଜଗନ୍ନାଥପ୍ରସାଦ ବ୍ଳକ କୁଡୁତାଇ ପଞ୍ଚାୟତର ସରପଞ୍ଚ ସନତ କୁମାର ପ୍ରଧାନଙ୍କ ମହୁମାଛି ଭଳି ଏକ ପ୍ରକାର ମାଛି ଆକ୍ରମଣରେ ମୃତ୍ୟୁ ହୋଇଛି ।

ଭଞ୍ଜନଗର (କେନ୍ୟୁଜ): ଭଞ୍ଜନଗର କୁରୁତାଇ ଗ୍ରାମ ପଞ୍ଚାୟତରେ ଅଭାବନୀୟ ଘଟଣା । ଜଗନ୍ନାଥପ୍ରସାଦ ବ୍ଳକ କୁଡୁତାଇ ପଞ୍ଚାୟତର ସରପଞ୍ଚ ସନତ କୁମାର ପ୍ରଧାନଙ୍କ ମହୁମାଛି ଭଳି ଏକ ପ୍ରକାର ମାଛି ଆକ୍ରମଣରେ ମୃତ୍ୟୁ ହୋଇଛି । ସନତ ଚାଷ ଜମିରେ ହଳ କରୁଥିବା ସମୟରେ ମାଟି ତଳୁ ବହୁ ସଂଖ୍ୟକ ମାଛି ବାହାରି ତାଙ୍କୁ ଆକ୍ରମଣ କରିଥିଲେ । କ୍ଷତାକ୍ତ ସନତଙ୍କୁ ପରିବାର ଲୋକେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଖବର ଅନୁଯାୟୀ, ଶନିବାର ସେ ଟ୍ରାକ୍ଟର ନେଇ ନିଜ ଜମିକୁ ଚାଷ ପାଇଁ ଯାଇଥିଲେ। ଚାଷ ସମୟରେ ଏକ ବୁଦାରୁ ଶହଶହ ମାଛି ବାହାରି ସନତଙ୍କୁ ଆକ୍ରମଣ କରିଥିଲେ। ସେ ଜୀବନ ବିକଳରେ ଘରକୁ ଦୌଡି ଦୌଡି ଆସିଥିଲେ। ଏବଂ ପରିବାର ଲୋକେ ନିଆଁ ହୁଳା ଦେଖାଇ ମାଛିକୁ ଘୋଉଡାଇ ଥିଲେ। ଗୁରୁତର ସନତଙ୍କୁ ପ୍ରଥମେ ଭଞ୍ଜନଗର ଓ ପରେ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.