୫ଦିନ ଯାଏଁ ତାତିରୁ ନାହିଁ ନିସ୍ତାର :ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଓ ଘଡ଼ଘଡ଼ି, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ନେଇ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ପ୍ରବଳ ଖରା ଓ ତାତିରେ ଆଉଟୁପାଉଟୁ ଲୋକେ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଆଗାମୀ ୫ଦିନ ଯାଏ ତାତିରୁ ମିଳିବନି ଆଶ୍ୱସ୍ତି। ୨୬ ତାରିଖରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି କିଛି ସ୍ଥାନରେ ଦିନ ତାପମାତ୍ରା ୪୨ଡିଗ୍ରୀ ସେଲସିୟସ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ୪୩ ଡିଗ୍ରୀ ପାର କରିଛି ପାରଦ। ହୀରାକୁଦରେ ତାପମାତ୍ରା ୪୧.୮, ଝାରସୁଗୁଡ଼ାରେ ୪୦.୪ ଓ ଚାନ୍ଦବାଲିରେ ୪୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।
ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ନେଇ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓଡ଼ିଶାରେ ବାୟୁମଣ୍ଡଳରେ ଆଦ୍ରତା ଅଧିକ ଥିବାରୁ ଗୁଳୁଗୁଳି ଅଧିକ ଅନୁଭୂତ ହେଉଛି।