Below header

ଠକେଇର ଶିକାର ହେଲେ ୪୦ରୁ ଉର୍ଦ୍ଧ୍ୱ ବିଇଡି ପରୀକ୍ଷାର୍ଥୀ, ପରୀକ୍ଷା ବଞ୍ଚିତ ହେବାପରେ ଥାନାରେ କଲେ ଅଭିଯୋଗ

ଯାଜପୁର(କେନ୍ୟୁଜ୍): ଠକେଇର ଶିକାର ହୋଇଛନ୍ତି ୪୦ରୁ ଉର୍ଦ୍ଧ୍ୱ ବିଇଡି ପରୀକ୍ଷାର୍ଥୀ । ପରୀକ୍ଷା ଦେବାକୁ ଯାଇନପାରି ଶେଷରେ ଥାନାର ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ । ଅଭିଯୋଗ ମୁତାବକ ଆନ୍ଧ୍ର ୟୁନିଭରସିଟିରେ ବିଇଡି ପରୀକ୍ଷା ଦେବା ପାଇଁ ଜୈନେକ ଏଜେଣ୍ଟ ଜରିଆରେ ଛାତ୍ରଛାତ୍ରୀମାନେ ସାର୍ଟିଫିକେଟ ସହ ଜଣେ ଲେଖାଏଁ ନଗଦ ୨୦ହଜାର ଟଙ୍କା ଦେଇଥିଲେ ।

ଗତକାଲି ପରୀକ୍ଷା ଥିବା ବେଳେ ସମ୍ପୃକ୍ତ ଏଜେଣ୍ଟ ଛାତ୍ରଛାତ୍ରୀଙ୍କୁ ଗତ ୧୯ ତାରିଖ ଦିନ ଯାଜପୁର ଜିଲ୍ଲା ଜାରକା ନିକଟରେ ବସ ଯୋଗେ ଯିବାକୁ କହିଥିଲେ । ଯାଜପୁର ସମେତ କଟକ, ଭଦ୍ରକ, ବାଲେଶ୍ୱର ଜିଲ୍ଲାରୁ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ବିଇଡି ପରୀକ୍ଷାର୍ଥୀ ଜାରକା ଛକ ନିକଟରେ ଏକାଠି ହୋଇ ବସକୁ ଅପେକ୍ଷା କରିଥିଲେ । ର୍ନିଦ୍ଧାରିତ ସମୟରେ ବସ ନଆସିବାରୁ ଛାତ୍ରଛାତ୍ରୀ ସମ୍ପୃକ୍ତ ଏଜେଣ୍ଟକୁ ଫୋନ କରିଥିଲେ , ମାତ୍ର ତାଙ୍କ ଫୋନ ସୁଇଚ ଅଫ ରହିଥିଲା।

ଫଳରେ ଛାତ୍ରଛାତ୍ରୀ ମାନେ ଠକେଇର ଶିକାର ହେବା ସହ ଏହି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିବା ସହ ସମ୍ପୃକ୍ତ ଏଜେଣ୍ଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.