ବୋଲେରୁକୁ ପଛରୁ ପିଟିଲା ଟ୍ରକ୍‌, ଜଣେ ମୃତ

କେନ୍ଦୁଝର (କେନ୍ୟୁଜ୍‌) : କେନ୍ଦୁଝର ଜୁଡ଼ିଆ ଘାଟି ପାଣି ଟାଙ୍କି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ । ଟ୍ରକ ଚାଳକଙ୍କ ଉପରେ ଟ୍ରକଟି ଚାପି ହୋଇ ରହିଛି । ଘଟଣାସ୍ଥଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଛି । ବୋଲେରୋରେ ଥିବା ଯାତ୍ରୀମାନେ ଆହତ ହୋରଇଛନ୍ତି । ସେମାନଙ୍କୁ କେନ୍ଦୁଝର ବଡ ମେଡ଼ିକାଲକୁ ସ୍ଥାନନ୍ତର କରାଯାଇଛି ।