ଶ୍ରୀଦେବୀଙ୍କ ସାନ ଝିଅ ଖୁସିକୁ ନେଇ ବଲିଉଡରେ ଚର୍ଚ୍ଚା, ଏପ୍ରିଲରେ ଆରମ୍ଭ କରିବେ ଫିଲ୍ମ​‌ ସୁଟିଂ

ମୁମ୍ବାଇ : ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଓ ବୋନି କପୁରଙ୍କ ସାନ ଝିଅ ଖୁସି କପୁରଙ୍କ ବଲିଉଡ୍‌ରେ ଏଣ୍ଟ୍ରି ନେଇ ଖୁବ ଚର୍ଚ୍ଚା ଚାଲିଛି | ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ସହ ଏକ ନୃତ୍ୟ ପ୍ରୋଗ୍ରାମରେ ଖୁସିଙ୍କୁ ଦେଖିବା ପରେ ତାଙ୍କ ସହ ଫିଲ୍ମରେ ଅଭିନୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି |

କିନ୍ତୁ ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା ହୋଇନାହିଁ | ବୋନି କପୁର ଏବେ ଝିଅ ଖୁସିଙ୍କ ବଲିଉଡ୍‌ ଏଣ୍ଟ୍ରି ନେଇ ଏକ ବଡ଼ ସଙ୍କେତ ଦେଇଛନ୍ତି  | ଏକ ଗଣମାଧ୍ୟମକୁ ବୋନି କହିଛନ୍ତି ‘ଆସନ୍ତା ଏପ୍ରିଲରେ ଖୁସି ନିଜ ଫିଲ୍ମର ସୁଟିଂ ଆରମ୍ଭ କରିବେ | ଖୁବ୍‌ଶୀଘ୍ର ଅଧିକ ଖବର ଜାଣିପାରିବେ ବୋଲି ବୋନି କହିଛନ୍ତି |

khusi kapoor.
photo credit : Hindisip

ବୋନି ପୂର୍ବରୁ କହିଥିଲେ, ଜାହ୍ନବୀଙ୍କ ଭଳି ଖୁସି ମଧ୍ୟ ଅଭିନୟରେ କ୍ୟାରିଅର କରିବାକୁ ଚାହାନ୍ତି  | ସୋସିଆଲ ମିଡିଆରେ ତାଙ୍କର ମଧ୍ୟ ବହୁତ ପ୍ରଶଂସକ ଓ ଫଲୋଅର୍ସ ଅଛନ୍ତି | ତେବେ ତାଙ୍କ ବଲିଉଡ୍‌ ପଦାର୍ପଣକୁ ନେଇ ଔପଚାରିକ ଘୋଷଣା ଆଉ  ଡେରି ହେବ ନାହିଁ ବୋଲି ଲାଗୁଛି |

ଗତ ବର୍ଷ ଜାନୁଆରୀରେ ବୋନି ଏକ ସାକ୍ଷାତକାର କହିଥିଲେ ‘ଖୁସିକୁ ମୁଁ ନିଜ ପ୍ରଡକ୍ସନ୍‌ ଅଧୀନରେ ଲଞ୍ଚ୍‌ କରିବି ନାହିଁ | ମୋ ପାଖରେ ସମସ୍ତ ସାଧନ ଅଛି, କିନ୍ତୁ ଅନ୍ୟ କେହି ଖୁସିକୁ ଲଞ୍ଚ୍‌ କରନ୍ତୁ ବୋଲି ମୁଁ ଚାହେଁ |’ ଫିଲ୍ମ ର ନାମ ଜଣ ପଡିନଥିଲେ ମଧ୍ୟ ଖୁବ ଶୀଘ୍ର ବଲିଉଡ୍‌ ଡେବ୍ୟୁ କରିବେ ଶ୍ରୀଦେବୀଙ୍କ ସାନ ଝିଅ ଖୁସି | ଖୁସୀଙ୍କ ବଡ ଭଉଣୀ ଜାହ୍ନବୀ ମଧ୍ୟ ପୂର୍ବରୁ ବହୁ ଫିଲ୍ମ କରିଛନ୍ତି | ତାଙ୍କ ଅଭିନିତ ଫିଲ୍ମ ମଧ୍ୟରେ ଅଛି “ଧଡକ, ଗୁଞ୍ଜନ ସାକ୍ସେନା: ଦି କାର୍ଗିଲ ଗାର୍ଲ ” ଓ ରୁହି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.