Below header

କଟକ-ପାରାଦୀପ ରାସ୍ତା ଫୁଲବେଲାରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଲ ଛାତ୍ରଙ୍କ ଉପରେ ଚଢିଗଲା ହାଇଓ୍ଵା

କଟକ(କେନ୍ୟୁଜ୍): ବେପରୁଆ ହାଇଓ୍ଵା ନେଲା ଜୀବନ । ସ୍କୁଲ ଛାତ୍ରଙ୍କ ଉପରେ ଚଢିଗଲା ହାଇଓ୍ଵା। କଟକ-ପାରାଦୀପ ରାସ୍ତା ଫୁଲବେଲାରୀରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଜଣେ ଛାତ୍ର ପ୍ରାଣ ହରାଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ୨ ଗୁରୁତର ଛାତ୍ରଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଉତ୍ତ୍ୟକ୍ତ ଲୋକଙ୍କ କଟକ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି । ଆଜି ସକାଳେ ୩ ଜଣ ଛାତ୍ର ଟ୍ୟୁସନ ଯାଉଥିବା ବେଳେ ହାଇଓ୍ଵା ମାଡିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.