ଚୀନ୍ ରାଷ୍ଟ୍ରପତିଙ୍କ ପାଇଁ ସାଉଥ ଇଣ୍ଡିଆନ୍ ଥାଳି, ଜାଣନ୍ତୁ ଏଥିରେ କେଉଁ ବଞ୍ଜନ ଥିଲା ସାମିଲ୍

କେନ୍ୟୁଜ୍: ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି ଚୀନ୍ ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗ । ଗତକାଲି ନୈଶ ଭୋଜନରେ ଚୀନ୍ ରାଷ୍ଟ୍ରପତିଙ୍କୁ ଆପ୍ୟାୟିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂଧ୍ୟା ୭ଟାରେ ନୈଶ ଭୋଜି ଆରମ୍ଭ ହୋଇଥିଲା । ଚୀନ୍ ରାଷ୍ଟ୍ରପତିଙ୍କ ପାଇଁ ସାଉଥ ଇଣ୍ଡିଆନ୍ ଥାଳି ପରସା ଯାଇଥିଲା । ରାଷ୍ଟ୍ରପତିଙ୍କ ଏହି ନନ୍‌ଭେଜ୍ ଥାଳି ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିଲା । ଜିନପିଙ୍ଗଙ୍କ ଥାଳିରେ ତାମିଲନାଡୁ, କେରଳ ଓ ଆନ୍ଧ୍ରପ୍ରଦେଶ ବଞ୍ଜନ ସାମିଲ ଥିଲା । ଏଥିରେ ସାମିଲ ଥିଲା ଥକ୍‌କଲି ରସମ, ମାଲାବର ଲବଷ୍ଟର, କୋରି କେମ୍ବୁ, ମଟନ ୟୁଲରଥିଆଡୁ, ହାଲଓ୍ଵା, ଆଇସ୍‌କ୍ରିମ୍‌, ମସାଲା ଚାଟ ସାମିଲ ଥିଲା । ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଦୁଇ ନେତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.