Below header

ଝିଅକୁ ଧରିଥିବା ସମୟରେ ନଜର ଆସିଲେ ଅକ୍ଷୟ କୁମାର

ଅକ୍ଷୟ କୁମାର ଶାନଦାର୍ ଆକ୍ଟର ହେବା ସହ ଜଣେ ଭଲ ପିତା ମଧ୍ୟ। ଅକ୍ଷୟ କୁମାର କାମରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ନିଜର ପରିବାର ପାଇଁ ସମୟ ଦେଇଥାନ୍ତି। କିଛିଦିନ ତଳେ ଅକ୍ଷୟ ମୁମ୍ବାଇର ଜୁହୁରେ ରହିଥିବା ସମୟରେ ସେଠାରେ ତାଙ୍କ ଝିଅ ନିତାରା ମଧ୍ୟ ତାଙ୍କ ସହ ଥିବାର ନଜର ଆସିଥିଲେ। ଏହି ସମୟରେ ଅକ୍ଷୟ କୁମାର କୁଲ୍ ଅନ୍ଦାଜରେ ନଜର ଆସିଥିଲେ। ଏହିସବୁ ମଧ୍ୟରେ ଅକ୍ଷୟ କୁମାର ଫିଲ୍ମ ‘ହାଉସଫୁଲ୍ ୪ ’ ର ପ୍ରମୋସନ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି।

ଏହାସହ ପଢନ୍ତୁ: ୭୭ ବର୍ଷରେ ମଧ୍ୟ ଫିଟ୍‌ ଅଛନ୍ତି ଅମିତାଭ, ଜାଣନ୍ତୁ ଏହା ପଛର ରାଜ୍‌

ଏହି ଫିଲ୍ମରେ ଅକ୍ଷୟଙ୍କ ସହ ବବି ଦେଓଲ, ରିତେସ ଦେଶମୁଖ, ପୂଜା ହେଗଡେ, କୃତି ସେନନ, କୃତି ଖରବଂଦାଙ୍କ ଭଳି ଷ୍ଟାରମାନେ ନଜର ଆସିବେ। ଏହା ପୂର୍ବରୁ ଫିଲ୍ମ ‘ହାଉସଫୁଲ୍ ୪’ ନିର୍ଦ୍ଦେଶନାର ଦାୟିତ୍ୱ ସାଜିଦ୍ ଖାନ୍ ନେଇଥିଲେ। କିନ୍ତୁ ମିଠୁ ରେ ତାଙ୍କ ନାଁ ଆସିବା ପରେ ଫିଲ୍ମରୁ ବାହାରି ଯାଇଥିଲେ। ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ହାଉସଫୁଲ୍ ୪’ ଆସନ୍ତା ୨୬ ଅକ୍ଟୋବରରେ ରିଲିଜ୍ ହେବ। ଏହି ଫିଲ୍ମ ରିଲିଜ୍ ହେବା ପାଇଁ ଗୁଡ୍ ନ୍ୟଜ୍ ମଧ୍ୟ ରହିଛି। କିନ୍ତୁ ଏହି ଗୁଡ୍ ନ୍ୟୁଜ୍ ୨୭ ତାରିଖରେ ରିଲିଜ୍ ହେବ ବୋଲି ଅକ୍ଷୟ କୁମାର ସୋସିଆଲ ମିଡିଆରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.