Below header

୧୬ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ଆମ୍ବ ବୋଝେଇ ଟ୍ରକକୁ ଧକ୍କା ଦେଲା ବଡ କଣ୍ଟେନର ୪ ଗୁରୁତର

ଯାଜପୁର (କେନ୍ୟୁଜ) : ୧୬ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା। ଫଳରେ ୪ଜଣ ଗୁରୁତର ଆହତ। ଆହତମାନଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

truck accident

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଏକ ବଡ କଣ୍ଟେନର କଟକରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଆମ୍ବ ବୋଝେଇ ଟ୍ରକ କୁଆଖିଆରୁ ବାହାରି କଟକ ଅଭିମୁଖେ ଆସୁଥିଲା। ଠିକ ଏହି ସମୟରେ ଜାତୀୟ ରାଜପଥର ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ ମୁହାଁମୁହିଁ ଧକା ହୋଇଥିଲା।ଫଳରେ ଗାଡ଼ିରେ ଥିବା ଉଭୟ ଡ୍ରାଇଭର ଆଉ ହେଲପର ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇଁ ଜାରକା ବିଟ ହାଉସ କର୍ମଚାରୀ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ACCIDENT

ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସମସ୍ତଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏପଟେ ଦୁର୍ଘଟଣା ହେତୁ ଜାତୀୟ ରାଜପଥ କିଛି ସମୟ ପାଇଁ ଜାମ ରହିଥିଲା। କ୍ରେନ ସାହାଯ୍ୟରେ ଦୁଇଟି ଯାକ ଗାଡିକୁ ରାସ୍ତାରୁ ହଟାଇବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.