ଚେୟାରରେ ବସିବାର ଭୁଲ୍‌ ତରିକା ଆପଣଙ୍କୁ ଦେଇପାରେ ସାଂଘାତିକ୍‌ ବ୍ୟାକ୍‌ ପେନ୍‌

ଏବେ ଅଣ୍ଟା ବିନ୍ଧା ଏକ ସାଧାରଣ ସମସ୍ୟା । ବିଶେଷ କରି ମହିଳାଙ୍କ ଠାରେ ଏହା ଅଧିକ ଦେଖାଯାଉଛି । ତ୍ରୁଟିପୂର୍ଣ୍ଣ ବସିବା ଶୈଳି ଏହାର ମୁଖ୍ୟ କାରଣ । କାମର ବୋଝ ଯୋଗୁ ବ୍ୟକ୍ତି ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ବସି ରହୁଛନ୍ତି । ବସିବାର ଭୂଲ୍‌ ତରିକା ଯୋଗୁ ଅଣ୍ଟା ଓ ପିଠି ଦରଜ ହେବା ଆରମ୍ଭ କରିଥାଏ । ତେବେ ଆସନ୍ତୁ ଜାଣିବା ଏଥରୁ ମୁକ୍ତି ପାଇବାର ଉପାୟ ସବୁ କ’ଣ ।

back pain-1

ଠିକ୍‌ ଚେୟାର୍‌(ଫ୍ଲେକ୍ସିବଲ୍‌) ବ୍ୟବହାର କରନ୍ତୁ

ଠିକ୍‌ ଢ଼ଙ୍ଗରେ କାମ କରିବା ପାଇଁ ବସିବାର ତରିକା ଠିକ୍‌ ହେବା ଦରକାର । ଆପଣ ବସୁଥିବା ସ୍ଥାନରେ ଠିକ୍‌ ଚେୟାର ନଥିଲେ କମର ଓ ପିଠି ଦରଜ ହୋଇଥାଏ । ତେଣୁ ଦୀର୍ଘ ସମୟ ବସୁଥିବା ଚେୟାର ଆରାମ ଦାୟକ ହେବା ଦରକାର । ଯେଉଁଠି ଆପଣ ଦୀର୍ଘ ସମୟ ବସି ଆରାମର ସହ କାମ କରିପାରିବେ ।

back pain-2

ଚେୟାର୍‌ ଉପରେ ବସିବା ବେଳେ ଏହି କଥା ପ୍ରତି ଦିଅନ୍ତୁ ଧ୍ୟାନ

ଚେୟାରରେ ବସିବା ବେଳେ ଆପଣଙ୍କ ମେରୁଦଣ୍ଡକୁ ଏକଦମ୍‌ ସିଧା କରି ବସନ୍ତୁ । ନଚେତ୍‌ ଆପଣଙ୍କ କମର ଓ ପିଠି ଦରଜ ହୋଇପାରେ

-ଆପଣଙ୍କ ଦୁଇ ପାଦ ଝୁଲିରହିବା ବଦଳରେ ପୂର୍ଣ୍ଣଭାବେ ତଳେ ଲାଗିବା ଦରକାର । ଯଦି ଆପଣ ଗୋଡକୁ ତଳେ ନଲଗାଇ ଝୁଲାଇ ରଖିବେ ତେବେ କମର, ଆଣ୍ଠୁ ଓ ଗୋଡ଼ ଦରଜ ହୋଇପାରେ ।

-ଯଦି ଆପଣ କମ୍ପ୍ୟୁଟରରେ କାମ କରୁଛନ୍ତି ତେବେ ଆପଣଙ୍କ ଚେୟାରକୁ ସ୍କ୍ରିନ ଅନୁଯାୟୀ ଠିକ୍‌ ଏଙ୍ଗଲ୍‌ରେ ରଖନ୍ତୁ ।

-ନଚେତ୍‌ ଚେୟାରରେ ଆଗକୁ ନଇଁକରି ବସିବା ଦ୍ୱାରା କମର ଦରଜ ହୋଇପାରେ

-କାମ କରୁଥିବା ବେଳେ ପାଦକୁ କ୍ରସ କରିବା କିମ୍ବା ମୋଡ଼ିକି ରଖିବା ପରିବର୍ତ୍ତେ ସିଧା ଭୂମିରେ ରଖନ୍ତୁ । ନଚେତ୍‌ ପାଦ ଓ ଗୋଡ଼ରେ ଦରଜ ହେବା ସହ ଶିର ଦବି ଯିବାର ଭୟ ମଧ୍ୟ ଦେଖାଦେଇଥାଏ ।

-ଲଗାତାର ଗୋଟିଏ ସ୍ଥାନରେ ବସିବା ପରିବର୍ତ୍ତେ ମଝିରେ ମଝିରେ ଟିକେ ଠିଆ ହୁଅନ୍ତୁ କିମ୍ବା ବୁଲି ଆସନ୍ତୁ ।

ଏହିସବୁ କଥା ପ୍ରତି ଧ୍ୟାନ ଦେଲେ ଆପଣ ଅଣ୍ଟା ଓ ପିଠି ବିନ୍ଧା ଅସୁବିଧାରୁ ମୁକ୍ତ ହୋଇପାରିବେ ।

Leave A Reply

Your email address will not be published.