ଦିଶା ସାଲିୟାନ୍‌ ଆତ୍ମହତ୍ୟା ମାମଲା, ଦିଶାଙ୍କ ପ୍ରାଇଭେଟ୍‌ ପାର୍ଟସ୍‌ରେ କ୍ଷତ ଓ ଶରୀର ଉଲଗ୍ନ ମିଳିଥିବା ଖବରକୁ ଅସ୍ୱୀକାର କଲା ମୁମ୍ବାଇ ପୋଲିସ

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟାନ ଆତ୍ମହତ୍ୟା ବେଳେ ତାଙ୍କ ଶରୀରରେ ପୋଷାକ ଥିଲା ଓ ତାଙ୍କର ପ୍ରାଇଭେଟ୍‌ ପାର୍ଟସରେ କୈାଣସି କ୍ଷତ ନଥିବା କହିଛି ମୁମ୍ବାଇ ପୋଲିସ । ମୁମ୍ବାଇ ଜୋନ୍‌ ୧୧ ପୋଲିସ ଡିସିପି ବିଶାଳ ଠାକୁର ଏସମ୍ପର୍କରେ ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ ସୋସିଆଲ୍‌ ମିଡିଆରେ ବୁଲୁଥିବା ଦିଶାଙ୍କ ପ୍ରାଇଭେଟ୍‌ ପାର୍ଟସରେ କ୍ଷତ ଓ ଶରୀରରେ ପୋଷାକ ନଥିବା କଥା ସମ୍ପୂର୍ଣ୍ଣ ମିଛ ।

ପୋଷ୍ଟମର୍ଟମ ବେଳେ ଦିଶାଙ୍କ ପିତା ମାତା ଉପସ୍ଥିତ ଥିଲେ ବୋଲି କହିଛନ୍ତି ଡିସିପି ଠାକୁର । ଦିଶା ମୃତ୍ୟୁ ପୂର୍ବରୁ ତାଙ୍କ ସାଙ୍ଗ ଅଙ୍କିତାଙ୍କୁ ଶେଷ କଲ୍‌ କରିଥିଲେ । ଯାହାଙ୍କ ବୟାନ ମଧ୍ୟ ନିଆସରିଛି । ଏପର୍ଯ୍ୟନ୍ତ ଏହି ମାମଲାରେ ୨୦/୨୫ ଜଣଙ୍କ ବୟାନ ନିଆଯାଇଛି ବୋଲି ଡିସିପି କହିଛନ୍ତି । ଦିଶାଙ୍କ ମାତା ପିତା ମଧ୍ୟ ଏଭଳି କଥାକୁ ବିରୋଧ କରିଛନ୍ତି ।

disha-00

ତାଙ୍କ ଝିଅ ନାମରେ ସୋସିଆଲ୍‌ ମିଡିଆରେ ମଥ୍ୟା ଗୁଜବ କରାଯାଉଛି ବୋଲି ଦିଶାଙ୍କ ମାତା ପିତା ବୟାନ ଦେଇଥିବା କଥା ଡିସିପି କହିଥିଲେ । ହେଲେ ଦିଶା ମରିବାର ଦୁଇ ଦିନ ପରେ କାହିଁକି ପୋଷ୍ଟମର୍ଟମ କରାଗଲା ଓ ଦିଶାଙ୍କ ଘର ନିକଟରେ ହସ୍‌ପିଟାଲ ଥିବାବେଳେ ୧୦ କିମି ଦୂର ହସ୍‌ପିଟାଲକୁ କାହିଁକି ନିଆଗଲା ତାହା ମଧ୍ୟ ମୁମ୍ବାଇ ପୋଲିସର କଥା ଉପରେ ସନ୍ଦେହ ସୃଷ୍ଟି କରିଛି ।

ଅନ୍ୟପକ୍ଷରେ ବିଜେପି ସାଂସଦ ନାରାୟଣ ରାଣେ ଦିଶାଙ୍କ ପ୍ରାଇଭେଟ୍‌ ପାର୍ଟସ୍‌ର କ୍ଷତ ଥିବା କଥା କହିବା ସହ ତାଙ୍କୁ ଦୁଷ୍କର୍ମ କରାଯାଇଛି ଓ ତାହାର ପ୍ରମାଣ ପୋଲିସକୁ ଠିକ୍‌ ସମୟରେ ଦେବେ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଏଥିରେ ଜଣେ ମନ୍ତ୍ରୀଙ୍କ ସହଯୋଗ ରହିଛି ବୋଲି ମଧ୍ୟ ସାଂସଦ କହିଛନ୍ତି ।

disha-7

ସୋସିଆଲ୍‌ ମିଡିଆରେ ବୁଲୁଥିବା ଭିଡିଓରେ ଦେଖାଯାଇଛି ଯେ ୮ ତାରିଖ ରାତି ୧୧ ଟା ୪୮ ମିନିଟ୍‌ ବେଳେ ଦିଶା ପାର୍ଟିରେ ନାଚୁଥିବାର ଭିଡିଓ ତାଙ୍କ ସାଙ୍ଗଙ୍କ ପାଖକୁ ପଠାଇଛନ୍ତି । ତେବେ ତା’ର ଅଳ୍ପ ସମୟ ପରେ ଦିଶା କେଉଁ ପରିସ୍ଥିତିରେ ୧୪ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କଲେ ତାହା ମାମଲାକୁ ସନ୍ଦେହ ଘେରକୁ ଆଣିଛି । ତେବେ କିଏ ସତ କିଏ ମିଛ କହୁଛି ସିବିଆଇ ତଦନ୍ତ ପରେ ଏହା ଜଣାପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.