ଯାଜପୁର ପାଣିକୋଇଲି ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ଧକ୍କା ଦେଲା ଟ୍ରକ ଜଣେ ମୃତ ଓ ଜଣେ ଗୁରୁତର

ଯାଜପୁର ଟାଉନ: ଯାଜପୁର ପାଣିକୋଇଲି ଥାନା ଟିକର ହାଟସାହୀ ଛକ ନିକଟରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ । ଟ୍ରକ ଧକା ରେ ଜଣେ ମୃତ ଓ ଜଣେ ଗୁରୁତର । ମୃତକ ହେଲେ ବ୍ୟାସନଗର ଉମାପଦା ଅଚଂଳର ସୁଶାନ୍ତ ନାୟକ ଓ ଗୁରତର ହେଲେ ପାଣିକୋଇଲି ଥାନା ଛୋଟରାୟପୁର ଅଚଂଳର ଶାନ୍ତନୁ ଦାସ ।

ଦୁଇ ଜଣ ସ୍କୁଟିରେ ଚଣ୍ଡିଖୋଲ ଯାଉଥିବା ସମୟରେ ସାମନା ପଟରୁ ଟ୍ରକଟି ଧକ୍କା ଦେଇଥିଲା । ପଂଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଚିଂ ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଇବା ସହ ଟ୍ରକଟି କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.