Below header

ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ଜଣ ଗୁରୁତର

ଯାଜପୁର (କେନ୍ୟୁଜ) : ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜେନାପୁର ଥାନା ଅଧିନ କନ୍ତପଡା ଛକ ନିକଟରେ ହାଇୱା ଟ୍ରକ ସହିତ ଏକ ଟ୍ରଲର ଗାଡିର ମୁହାଁମୁହିଁ ଧକା ହେବା ଫଳରେ ଘଟଣା ସ୍ଥଳରେ ହାଇୱା ଗାଡି ଡ୍ରାଇଭରର ମୃତ୍ୟୁ ଘଟିଛି । ମୃତକ ଡୁବୁରୀ ଅଞ୍ଚଳର ସରୋଜ ବେହେରା ବୋଲି ଜଣାପଡିଛି । ଅନ୍ୟପଟେ ଏହି ଦୁର୍ଘଟଣାରେ ଟ୍ରଲର ଗାଡିର ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଜେନାପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଦ୍ବୟଙ୍କୁ ଉଦ୍ଧାର କରି ଡୁବୁରୀ ମେଡିକାଲକୁ ପଠାଇବା ସହିତ ମୃତଦେହକୁ ଜବତ କରି ବ୍ୟବଛେଦ ଲାଗି ପଠାଇଛି । ଏଥିସହ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି ।

accident1

ସେପଟେ  ଯାଜପୁରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଜିଲ୍ଲାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୫୮ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।  ଗଞ୍ଜାମ ପରେ ଯାଜପୁର ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତଙ୍କ ତାଲିକାରେ ରହିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଯାଜପୁରର କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ଅଞ୍ଚଳର । ଏମାନଙ୍କର କୋଲକାତା ଲିଙ୍କ ରହିଛି ।

ତେବେ ଧର୍ମଶାଳା ବ୍ଳକରୁ ନୂଆକରି ଜଣେ ଚିହ୍ନଟ ହୋଇଛନ୍ତି । ସେ ସୁରତ ଫେରନ୍ତା । ଅନ୍ୟପଟେ ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି କରାଯାଇଛି । ତେବେ ପ୍ରଶାସନ ପକ୍ଷରୁ ଗତକାଲି ଆଉ ନୂତନ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ ନାହିଁ ବୋଲି ଘୋଷଣା କରାଯାଇଥିଲା। ଗତକାଲି ଚିହ୍ନଟ ହୋଇଥିବା ୫ ଜଣଙ୍କୁ କଳିଙ୍ଗନଗର ସ୍ଥିତ କୋଭିଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ସେମାନେ ରହୁଥିବା କ୍ବାରେଣ୍ଟାଇନ ଗୃହକୁ ସାନିଟାଇଜ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.