କଟକରେ ଗୁଜବ : ଦିନ ୨ଟା ସୁଦ୍ଧା ଦୋକାନ ବନ୍ଦ କର, ପୋଲିସ୍ କହିଲା….

କଟକରେ ମିଛ ଖବର । ଗୁଜବ ଯୋଗୁଁ ହଇରାଣ ହେଲେ ଲୋକେ । ଖବର ପ୍ରଚାର ହୋଇଥିଲା ଯେ ଆଜି ଦିନ ୨ଟା ସୁଦ୍ଧା ସବୁ ଦୋକାନ ବଜାର ବନ୍ଦ ରହିବ । ସେହି ଅନୁସାରେ ସମସ୍ତେ ବନ୍ଦ ବି କରି ଦେଲେ । ତେବେ ପରେ କଟକ କମିଶନରେଟ୍ ପୋଲିସ୍ ତରଫରୁ କୁହାଯାଇଛି ଯେ ସେମାନଙ୍କ ପକ୍ଷରୁ ଏଭଳି କିଛି ଘୋଷଣା କରାଯାଇ ନାହିଁ । କଟକ ଡିସିପି ଟ୍ଵିଟ୍ କରି କହିଛନ୍ତି ଯେ ଯଦି ଏଭଳି ଘୋଷଣାର କାହା ପାଖରେ ଭିଡିଓ କିମ୍ବା ରେକର୍ଡ଼ିଂ ରହିଛି ତେବେ ଆମକୁ ଜଣାଇଲେ ଆମେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ ।

ସେହିପରି ଏଭଳି ଗୁଜବରେ ବିଶ୍ୱାସ ନକରିବାକୁ ଏବଂ କେହି ଯଦି ଏଭଳି ଅପପ୍ରଚାର କରୁଥିବେ ତାଙ୍କ ସମ୍ପର୍କରେ ସୂଚନା ଦେବାକୁ ଡିସିପି ଅଖିଳେଶ ସିଂହ ଜନସାଧାରଣଙ୍‌କୁ ନିବେଦନ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.