Below header

ଘଟଗାଁ : ଡିଜେ ଗାଡି ଓଲଟି ଜଣେ ମୃତ, ୪ଗୁରୁତର

ଘଟଗାଁ : କେନ୍ଦୁଝର ଜିଲ୍ଲା ପାଟଣାରେ ଏକ ଡିଜେ ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ଚକ୍ରଧର ଶୁଣ୍ଢି ଓ ଗୁରୁତର ମାନେ ହେଉଛନ୍ତି ବୁଦ୍ଧିଆ ସାମାଡ଼, ସାମୁ ବାନ୍ଦ୍ରା, ଶିରିସ ଗାଗରାଇ, ରଘୁନାଥ ଲୋହାର ।

ସୂଚନା ଅନୁଯାୟୀ ଆନନ୍ଦପୁରର ପଣସଗଡ଼ିଆ ଗାଁରୁ ବିବାହ ପାଇଁ ନୂଆଗାଁ ଗ୍ରାମକୁ ବରଯାତ୍ରୀ ସହ ଏକ ପିକ୍ଅପ୍‌ ଭ୍ୟାନରେ ଡିଜେ ସାଉଣ୍ଡ ଆସିଥିଲା । ବିବାହ ସାରି ଫେରୁଥିବା ସମୟରେ ଏରେଣ୍ଡେଇ ବାଙ୍କ ନିକଟରେ ପିକ୍ଅପ୍‌ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବିଲ ଭିତରକୁ ଓଲଟି ପଡିଥିଲା । ଫଳରେ ଗାଡି ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତେ ପଣସଗଡ଼ିଆ ଗ୍ରାମର ବୋଲି ଜଣାପଡିଛି।

ଖବର ପାଇ ପାଟଣା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.