୪୨୦ ଆକାଉଣ୍ଟାଣ୍ଟ ! ସରକାରୀ ଚାକିରି କରାଇ ଦେବା ନା’ରେ ୪୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ

ଉଦଳା(କେନ୍ୟୁଜ): ସରକାରୀ ଚାକିରି, ହେଲେ କାମ ପୂରା ୪୨୦ । ତାହା ପୁଣି ଠକିବାର । ଅର୍ଥାତ୍ ଜଣେ ସରକାରୀ ଚାକିରିଆ ଚାକିରି କରାଇ ଦେବା ନାମରେ ଲୋକଙ୍କ ନିକଟରୁ ଟଙ୍କା ଠକି ନେଇଥିବାର ସାଂଘାତିକ ଅଭିଯୋଗ ଆସିଛି । ଯାହାକୁ ନେଇ ଠକାମୀର ଶିକାର ହୋଇଥିବା ପରିବାର ଉଦଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଉଦଳା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଦେବବ୍ରତ ନାୟକ ବଡଖମଣ ଗ୍ରାମର ଶ୍ୟାମସୁନ୍ଦର ସିଂଙ୍କ ଝିଅକୁ ବିଇଓ କାର୍ଯ୍ୟାଳୟରେ ଡାଟା ଏଂଟ୍ରି ଅପରେଟର ଚାକିରୀ କରାଇଦେବା କହି ତାଙ୍କ ନିକଟରୁ ୪୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଆକାଉଣ୍ଟାଣ୍ଟ ଦେବବ୍ରତ ଟଙ୍କା ନେବା ପରେ ଚାକିରି କରାଇ ଦେବା ଦୂରର କଥା ଫୋନ ଉଠାଇ ନ ଥିଲେ କିମ୍ବା ଟଙ୍କା ମାଗିଲେ ଜୀବନରୁ ମାରି ଦେବାର ଧମକ ଦେଉଥିବାର ଥାନାରେ ଅଭିଯୋଗ ହୋଇଛି । ଏପରିକି କେବଳ ଚାକିରି କରାଇଦେବା ନୁହେଁ ବରଂ ପୂର୍ବରୁ ବୋରୱେଲ ଖୋଳାଇ ଦେବା ଆଳରେ ୧ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଏହି ୪୨୦ ଆକାଉଣ୍ଟାଣ୍ଟ ଲୁଟି ନେଇଛନ୍ତି । କେବଳ ଶ୍ୟାମସୁନ୍ଦର ସିଂଙ୍କ ଝିଅ ନୁହେଁ ଅନେକ ବ୍ୟକ୍ତିଙ୍କ ନିକଟରୁ ଏହିଭଳି ଭାବେ ଟଙ୍କା ଠକି ନେଇଛନ୍ତି ଆକାଉଣ୍ଟାଣ୍ଟ । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଆକାଉଣ୍ଟାଣ୍ଟ ଫେରାର ରହିଛନ୍ତି । ସେପଟେ ତାଙ୍କର ପ୍ରତିକ୍ରିୟା ନେବାକୁ ଫୋନ କରିଥିଲେ ସୁଦ୍ଧା ସେ କୌଣସି ଉତ୍ତର ମିଳି ପାରି ନାହିଁ।

ଆଜିକାଲି ଅନେକ ସରକାରୀ କର୍ମଚାରୀ ଏଭଳି ଟଙ୍କା ମାରି କୋଟିପତି ହେଉଥିବାବେଳେ, ପରବର୍ତ୍ତୀ ସମୟରେ ଭିଜିଲାନ୍ସ ହାତରେ ଧରାପଡି ବନ୍ଧା ହେଉଛନ୍ତି। ଲାଞ୍ଚ ନେବା ହେଉ କି କାହାକୁ ଠକିକି ହେଉ, ଅନ୍ଯାୟରେ ନିହର ଲୋକଙ୍କୁ ଠକୁଥିବା ୪୨୦ଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଉଚିତ୍। ତେବେ ଏହି ଘଟଣାରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.