Below header

ସୁନ୍ଦରଗଡ଼: ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ

ସୁନ୍ଦରଗଡ଼(କେନ୍ୟୁଜ୍): ମହିଳା ମହାବିଦ୍ୟାଳୟରୁ ଆସିଛି ଅସଦାଚରଣ ଅଭିଯୋଗ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ମହିଳା କର୍ମଚାରୀଙ୍କୁ ଆକାଉଣ୍ଟାଣ୍ଟ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ହେଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଘଟଣାକୁ ଚପାଇ ଦେବାକୁ କଲେଜ ଅଧ୍ୟକ୍ଷ ଚନ୍ଦ୍ରମଣି ପଟେଲ ଓ ଅଧ୍ୟାପକ ସପନ ପଣ୍ଡା ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତା ମହିଳା କର୍ମଚାରୀ ସୁନ୍ଦରଗଡ଼ ଏସ୍‌ପି ଓ ରାଜଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ରଫଦଫା କରାଇ ଦେବାକୁ କହି ୬ ଜଣ ନକଲି ସାମ୍ବାଦିକ କଲେଜ ଅଧ୍ୟକ୍ଷଙ୍କଠାରୁ ୯୦ ହଜାର ଟଙ୍କା ଦାବି କରୁଥିବା ରାଜଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି ।

tirkiସେପଟେ ପୀଡ଼ିତା ମହିଳାଙ୍କୁ ନ୍ୟାୟ ଦେବା ସହ ଅସଦାଚରଣ କରିଥିବା ସମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ପୂର୍ବତନ ବିଧାୟକ ଜର୍ଜ ତିର୍କୀ । ୩୦ ତାରିଖ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରାନଗଲେ ରାଜଗାଙ୍ଗପୁର ଥାନା ଆଗରେ ଆନ୍ଦୋଳନ କରାଯିବ ବୋଲି ଥାନାରେ ଲିଖିତ ଭାବେ ଜଣାଇଛନ୍ତି ଜର୍ଜ ତିର୍କୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.