Below header

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା JMFC କୋର୍ଟରେ ହାଜର ହେଲା ଗୋପାଳ ଦାସ

କୋର୍ଟରେ ହାଜର ହେଲା ଗୋପାଳ । ଝାରସୁଗୁଡ଼ା JMFC କୋର୍ଟରେ ହାଜର ହେଲା ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଆଜି ତାକୁ ଜେଲରୁ ଅଣାଯାଇ ଝାରସୁଗୁଡ଼ା OMP ସ୍ଥିତ ଦ୍ୱିତୀୟ ବାଟାଲିୟନରେ ରଖାଯାଇଥିଲା । କଡା ସୁରକ୍ଷା ବଳୟରେ ଗୋପାଳକୁ କୋର୍ଟକୁ ଅଣାଯାଇଛି ।

ଝାରସୁଗୁଡ଼ା (କେନ୍ୟୁଜ): କୋର୍ଟରେ ହାଜର ହେଲା ଗୋପାଳ । ଝାରସୁଗୁଡ଼ା JMFC କୋର୍ଟରେ ହାଜର ହେଲା ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଆଜି ତାକୁ ଜେଲରୁ ଅଣାଯାଇ ଝାରସୁଗୁଡ଼ା OMP ସ୍ଥିତ ଦ୍ୱିତୀୟ ବାଟାଲିୟନରେ ରଖାଯାଇଥିଲା । କଡା ସୁରକ୍ଷା ବଳୟରେ ଗୋପାଳକୁ କୋର୍ଟକୁ ଅଣାଯାଇଛି ।

ଜାନୁଆରୀ ୨୯ରେ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ । ବ୍ରଜରାଜନଗର ଗାନ୍ଧି ଛକରେ ପଏଣ୍ଟ ବ୍ଲାଙ୍କରୁ ଫାୟାରିଂ କରିଥିଲା । ଦୁଇ ରାଉଣ୍ଡ ଗୁଳିମାଡ଼ରେ ଟଳି ପଡ଼ିଥିଲେ ନବ ଦାସ । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏୟାର ଲିଫ୍ଟ କରାଯାଇଥିଲା । ଫେବ୍ରୁଆରୀ ୧୪ ତାରିଖରେ ଗୋପାଲକୁ ଚୌଦ୍ୱାର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ଗୋପାଳ ଦାସ ଚୌଦ୍ୱାର ଜେଲର ୩ ନମ୍ବର ସେଲରେ କଡ଼ା ସୁରକ୍ଷାରେ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.