Below header

ବାଲିଗୁଡା ଗସ୍ତରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ପ୍ରତିମାସ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଦେଲେ ପ୍ରତିଶୃତି

କନ୍ଧମାଳ (କେନ୍ୟୁଜ୍) : ଦିନିକିଆ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗସ୍ତରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ସାଂସଦ ଡ. ଅଚ୍ୟୁତ ସାମନ୍ତ ପହଞ୍ଚିବା ପରେ ବାଲିଗୁଡ଼ା ବିଜେଡି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ବାଲିଗୁଡ଼ା ବିଜେଡି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଏକ ବୈଠକରେ ଯୋଗଦେଇ ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ସ୍ଥାନୀୟ ଅଞ୍ଚଳର କିପରି ଅଧିକରୁ ଅଧିକ ବିକାଶ ହେବ ସେ ନେଇ ଆଲୋଚନା କରିଥିଲେ। ଏଥିରେ ବାଲିଗୁଡ଼ି ବିଧାୟକ ଚନ୍ଦ୍ରମଣି କହଁର, ଏନଏସି ଅଧ୍ୟକ୍ଷା ମମତା ବେହେରାଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

ସାଂସଦ ଡ ସାମନ୍ତ କନ୍ଧମାଳକୁ ରେଳ ସଂଯୋଗ, ମେଡିକାଲ, ନିଯୁକ୍ତି, ପର‌୍ୟ୍ୟଟନ ସମେତ ବହୁ ପ୍ରସଙ୍ଗ ପାଇଁ ପ୍ରଶ୍ନ ଉତ୍ଥାପନ କରିଥିବାରୁ ବୁଦ୍ଧିଜୀବୀ ଓ ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ। କନ୍ଧମାଳର ପ୍ରତି ବ୍ଲକରେ ପ୍ରତିମାସରେ ମାଗଣା ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ସାଂସଦ ଡ ସାମନ୍ତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.