Below header

ବରଗଡ: ସ୍ୱାଧୀନତା ସଂଗ୍ରାମୀ ଗ୍ରାମରୁ ଅଫେରା ରାଇଜକୁ ଚାଲିଗଲେ ଆଉ ଜଣେ, ୭୩ତମ ସ୍ୱାଧୀନତା ଦିବସ ପୂର୍ବରୁ ସଂଗ୍ରାମୀ ଦୟାନିଧି ନାୟକଙ୍କ ଦେହାନ୍ତ

ବରଗଡ଼ (କେ ନ୍ୟୁଜ୍‌) : ଚାଲିଗଲେ ଆଉ ଜଣେ ସ୍ୱାଧୀନତା ସଂଗ୍ରାମୀ। ଆଜି ୯୫ ବର୍ଷ ବୟସରେ ବରଗଡ଼ ପାଣମୋରା ଗାଁର ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କର ପରଲୋକ ହୋଇଛି । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ ଅନ୍ତର୍ଗତ ପାଣିମୋରା ଗ୍ରାମର ୩୨ଜଣ ବ୍ୟକ୍ତି ସାମିଲ ହୋଇଥିଲେ । ତେଣୁ ପାଣିମୋରା ଗାଁକୁ ସ୍ୱାଧୀନତା ସଂଗ୍ରାମୀଙ୍କ ଗ୍ରାମ ବୋଲି କୁହାଯାଏ । ଗତ ପ୍ରାୟ ଏକ ମାସ ହେଲା ସେ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ ।
ତାଙ୍କୁ ଗତକାଲି ଭେଟିଥିଲେ ଆମ ବରଗଡ଼ ରିପୋର୍ଟର ମହେନ୍ଦ୍ର ସାହୁ । ସେ ଅସୁସ୍ଥ ଥିଲେ ମଧ୍ୟ ଅଳ୍ପ କିଛି କଥା ହୋଇଥିଲେ । ସ୍ୱାଧୀନତା ସଂଗ୍ରାମରେ ତାଙ୍କର କାର୍ଯ୍ୟକଳାପ ସମ୍ପର୍କରେ ଅସ୍ପଷ୍ଟ ଭାବେ କହିଥିଲେ । ମୋଟ୍‌ ୩୨ଜଣଙ୍କ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ପୂର୍ବରୁ ୩୦ ଜଣଙ୍କର ଦେହାନ୍ତ ଘଟିଥିଲା । ଏବେ ଆଉ ଜଣେ ଚାଲିଗଲେ ଠିକ୍‌ ୭୩ତମ ସ୍ୱାଧୀନତା ଦିବସ ପୂର୍ବରୁ । ଏବେ ତାଙ୍କର ମରଶରୀର ପାଣିମୋରା ଗ୍ରାମ ବାସଭବନରେ ରହିଛି । ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରୁଛନ୍ତି । ସ୍ୱାଗତ ଦୟାନିଧିଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.