ସୁକତେଲ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗିର (କେନ୍ୟୁଜ୍) : ସୁକତେଲ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର। ବଲାଙ୍ଗିର ଦୁର୍ଗାପାଲିର ଶ୍ରୀକାନ୍ତ ନନ୍ଦଙ୍କ ମୃତଦେହ ସୁକତେଲ ନଦୀରେ ଭାସୁଥିବା ଅବସ୍ଥାରେ ଦେଖାଯାଇଥିଲା। ଗତକାଲି ସେ ବଲାଙ୍ଗିର ଯାଇ ଆଉ ଘରକୁ ଫେରିନଥିଲେ। ଏନେଇ ପୁଇଁତଳା ଥାନାରେ ଅଭିଯୋଗ ହୋଇଥିଲା। ଆଜି ମୃତଦେହ ମିଳିବା ପରେ ଏହାଏକ ହତ୍ୟାକାଣ୍ଡ ବୋଲି ଶ୍ରୀକାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।