Below header

ସ୍କୁଲରେ ନାମ ଲେଖାଇ ଦେବାକୁ କହି ପୁତୁରାକୁ ବିକ୍ରି କଲେ ବଡ଼ମା’, ପରିବାର ଲୋକେ ଆଣିଲେ ଅଭିଯୋଗ

ଆନନ୍ଦପୁର (କେନ୍ୟୁଜ୍) : ସ୍କୁଲରେ ନାମ ଲେଖାଇ ଦେବାକୁ କହି ପୁତୁରାକୁ ବଡ଼ମା’ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଆନନ୍ଦପୁର ଗୟଳମୁଣ୍ଡା ପଞ୍ଚାୟତ ବାଦୁଡିଘେରା ଗାଁରେ । ଗତ ଏପ୍ରିଲ ମାସରେ ଗାଁର ସୁରେନ ଦିଗିଙ୍କ ନାବାଳକ ପୁଅ ଜିନା ଦିଗିଙ୍କ ସମେତ ଗାଁର ଅନ୍ୟ ଦୁଇ ଜଣ ନାବାଳକଙ୍କୁ ସୁରେନେଙ୍କ ଭାଉଜ ତଥା ଅଙ୍ଗନବାଡି ଦିଦି ନେଇ ଯାଇଥିଲେ । ଆଶ୍ରମ ସ୍କୁଲରେ ନାମ ଲେଖାଇ ଦେବାକୁ କହି ନେଇଯାଇଥିଲେ । ପାଖାପାଖି ୧୫ ଦିନ ପରେ ଦୁଇ ପିଲା ଘରକୁ ଫେରିଥିବା ବେଳେ ଜିନା ଦିଗି ଫେରିନଥିଲେ । ଏନେଇ ନିଖୋଜ ଜିନା ଦିଗିଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.